Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଚାଞ୍ଚଲ୍ୟକର ଅମରେଶ ନାଏକ ହତ୍ୟା ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ , ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର

4/11/2019 at 5:35 PM

ଭୁବନେଶ୍ୱର ୦୪।୧୧ – ଅମରେଶ ନାଏକ ହତ୍ୟା ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ । ଏବେବି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସହ ଆହୁରି ୧୦ ରୁ ୧୫ ଜଣ ଫେରାର ଥିବା ଜଣା ପଡିଛି । ଅପରାଧି ମାନଙ୍କୁ ଧରିବା ପାଇଁ କମିସନରେଟ ପୋଲିସ,ର ସ୍ପେଶାଲ ସ୍କ୍ବାର୍ଡ  ଓ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଅଭିଯୁକ୍ତ ନମ୍ବର ଏକ — ଜଗଦିଶ  ଗଜେନ୍ଦ୍ର ଓରଫ ରାଜା , ଅଭିଯୁକ୍ତ ନମ୍ବର ଦୁଇ ଜିତେନ୍ଦ୍ର ମଲ୍ଲୀକ ଓରଫ ଜିତୁ । ଏହି ଦୁଇଜଣଙ୍କୁ ପ୍ରଥମେ କମିଶନରେଟ ପୋଲିସ ଭୁବନେଶ୍ବର ଉପକଣ୍ଠ ବାଳକାଟି ଅଞ୍ଚଳରୁ ଗିରଫ କରିଛି । ରାଜା ଓ ଜିତୁ ଦୁଇଜଣ ଅନ୍ତରଙ୍ଗ ବନ୍ଧୁ । ସବୁବେଳେ ଏହି ଦୁଇଜଣ ଏକାଠି ରୁହନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବା ପରେ ଆଗକୁ ବଢିଥିଲା । କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାରେ ସ୍ବତନ୍ତ୍ର ଭାବେ ପାଞ୍ଚୋଟି ଟିମ ଗଠନ କରି ଅମରେସର ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଜିଲ୍ଲାରେ ଚଢାଉ କରିଥିଲା । ଏପରିକି ବାହାର ରାଜ୍ୟକୁ ମଧ୍ୟ ଦୁଇଟି ଟିମ ଅପରାଧିଙ୍କ ସୁରାକ ପାଇ ଯାଇଥିଲେ । ଏହାପରେ ପୋଲିସ ହେପାଜତକୁ ଆସିଥିଲା ତୃତୀୟ ଅଭିଯୁକ୍ତ ଶଙ୍କର ବସ୍ତିଆ । ଶଙ୍କର ଧରା ପଡିବା ପରେ ବଳରାମ ନନ୍ଦ ଓରଫ କୁନା ଓ ରିଙ୍କୁ ସାହୁକୁ ଗିରଫ କରିଛି କମିଶନରେଟ ପୋଲିସ । ଆହୁରି ୩ ରୁ ଚାରି ଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

 ଦୀପାବଳି ରାତିରେ ଏକାମ୍ର କଲେଜର ନୁଆ ଗେଟ ଆଗରେ ଅମରେଶକୁ ଗୋଡେଇ ଗୋଡେଇ କାଠ ଫାଳିଆ ବହ୍ଲା , ଠେଙ୍ଗା ଓ ପଥରରେ ଛେଚି ହତ୍ୟା କରାଯାଇଥିଲା । ଏହି ଘଟଣାରେ ୧୫ ରୁ କୋଡିଏ ଜଣ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ହେଲେ  ଆଠଦିନ ବିତିଯାଇଥିଲେ ମଧ୍ୟ କମିଶନରେଟ ପୋଲିସ ସମସ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଏବେବି ସୁନ୍ଦରପଦା ଗାଁରେ ସଂଧ୍ୟାହେଲେ ଯୁବଗୋଷ୍ଠୀଙ୍କର ଦେଖା ମିଳୁନାହିଁ କାରଣ ଏୟାରଫିଲ୍ଡ ଥାନା ପୋଲିସ ଯାହାକୁ ପାରୁଛି ତାକୁ ଥାନାକୁ ଆଣି ପଚରା ଉଚୁରା କରୁଛି । ଏପରିକି ଯେଉଁମାନେ ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ସେମାନଙ୍କ ପରିବାର ଲୋକଙ୍କୁ ଆଣି ପଚରା ଉଚୁରା ଜାରି ରଖିଛି ।  ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।

   Related Posts