Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ, ନିଷ୍ଠାପର ସେବା ଦ୍ୱାରା ଲୋକଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ

6/12/2021 at 10:23 AM

ଖଲ୍ଲିକୋଟ ୦୬/୧୨: ଛତ୍ରପୁର ପୋଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ୍ ରେ ଅଭିଭାବଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସା ର ପାତ୍ର ହେବାକୁ ଗୃହରକ୍ଷୀମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ ।

ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ଏସପି ଆହୁରି କହିଥିଲେ ଯେ କରୋନା ମହାମାରୀ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କର ସେବା କରିଆସିଛନ୍ତି । ଏହି ଅବସରରେ ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ,ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତାକୁ ପଢି ଶୁଣାଇଥିଲେ ଏସପି ।

କାର୍ଯ୍ୟକ୍ରମ ଶେଷରେ ଉଲ୍ୟେଖନୀୟକାର୍ଯ୍ୟ କରିଥିବା ଗଞ୍ଜାମ ପୋଲିସ ଜିଲାର ୪୫ ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରିଥିଲେ । ଛତ୍ରପୁର ପୋଲିସ ସବଡିଭିଜନ ର ୧୨, ଭଞ୍ଜନଗର ପୁଲିସ ସବଡିଭିଜନର ୧୧ ଜଣ, ପୁରୁଷୋତ୍ତମପୁର ପୋଲିସ ସବଡିଭିଜନର ୮ଜଣ ଓ ଆସିକା ପୋଲିସ ଡିଭିଜନର ୧୪ ଜଣ ଗୃହରକ୍ଷୀ ।

   Related Posts