ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ , ଇଭିଏମରେ ସିଲ ହେଲା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ରାଧାମୋହନ ସିଂହ ଓ ମେନକା ଗାନ୍ଧିଙ୍କ ଭାଗ୍ୟ

Published By : Prameya-News7 Bureau | May 12, 2019 IST

ନୂଆଦିଲ୍ଲୀ ୧୨।୫:  ସପ୍ତଦଶ ଲୋକସଭା ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କାଁ ଭାଁ ହିଂସାକାଣ୍ଡ ସତ୍ତ୍ବେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ରାଧାମୋହନ ସିଂହ, ମେନକା ଗାନ୍ଧିଙ୍କ ସମେତ ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବ, କଂଗ୍ରେସ ନେତା ଦିଗବିଜୟ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ପାଇଁ ଭୋଟ ହୋଇଥିବା ବେଳେ ଏଥିରେ ଉତ୍ତରପ୍ରଦେଶର ୧୪, ହରିୟାଣାର ୧୦, ଦିଲ୍ଲୀର ୭, ଝାରଖଣ୍ଡର ୪ ଓ ବିହାର ଏବଂ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ଲୋକସଭା ଆଶନ ରହିଛି ।

{"id":111239}

ଚଳିତ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନକୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି। କାରଣ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୫୯ଟି ଆସନ ମଧ୍ୟରୁ ୪୫ଟି ସିଟରେ ବିଜୟୀ ହୋଇଥିଲା। ତେବେ ଏଥର ନିର୍ବାଚନ ବେଳକୁ ଏହି ସବୁ ଲୋକସଭା ଆସନରେ ରାଜନୈତିକ ପରିଦୃଶ୍ୟ ବଦଳିଯାଇଛି। ଗତ ୨୦୧୪ରେ ବିଜେପି ୟୁପିର ୧୪ଟି ଲୋକସଭା ଆସନରୁ ୧୩ଟି ବିଜେପିକୁ ଯାଇଥିଲା। ହେଲେ ଗତବର୍ଷ ଫୁଲପୁର ଓ ଗୋରଖପୁର ଲୋକସଭା ଉପନିର୍ବାଚନରେ ଏଠାରୁ ବିଜେପି ପ୍ରତ୍ୟାଶୀଙ୍କ ପରାଜୟ ଦଳପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି।

{"id":111240,"width":576,"height":430}

ସେହିପରି ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ସମେତ ମୁରୈନା, ଭିଣ୍ଡ, ଗ୍ବାଲିୟର, ଗୁନା ଓ ସାଗର ଆଦି ୮ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଓ ବିଜେପିର ପ୍ରଜ୍ଞାସିଂ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବୀତା ହେଉଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟାରେ ବିଜେପି ପତାକା ଉଡିଥିଲା। ତେବେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଏଠାରେ ବିଜେପି ପାଇଁ ଆହ୍ବାନ ସୃଷ୍ଟି କରିଛି।

{"id":111241}

ରାଜଧାନୀ ଦିଲ୍ଲୀରେ ୭ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସନେତା ଶିଲା ଦିକ୍ଷୀତ, ମୁଷ୍ଟିଯୋଦ୍ଧା ବିଜେନ୍ଦ୍ର ସିଂହ, ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ, ଆମଆଦମୀ ପାର୍ଟୀ ପ୍ରାର୍ଥୀ ଅତିଶୀ ଓ କ୍ରିକେଟର ଗୌତମ ଗମ୍ଭୀର ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି।  ସେହିପରି ହରିୟାଣାରେ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ, କୃଷ୍ଣପାଲ ଗୁର୍ଜର, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରସିଂ ହୁଡ୍ଡାଙ୍କ ସମେତ ୨୨୩ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦ୍ବୀତା କରିଛନ୍ତି। ପଶ୍ଚିମବଙ୍ଗରେ ଶାସକ ତୃଣମୂଳ, ବିରୋଧୀ ବିଜେପି, କଂଗ୍ରେସ, ସିପିଆଇ ଓ ସିପିଏମ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି।

{"id":111242}

 ଝାରଖଣ୍ଡରେ ରାଜ୍ୟମନ୍ତ୍ରୀ ଚନ୍ଦ୍ରପ୍ରକାଶ ଚୌଧୁରୀ, ପୂର୍ବତନ କ୍ରିକେଟର କିର୍ତ୍ତି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୂ କୋଡାଙ୍କ ପତ୍ନୀ ଗୀତା କୋଡାଙ୍କସମେତ  ୬୭ଜଣ ପ୍ରତ୍ୟାଶୀ ମୈଦାନରେ ଅଛନ୍ତି । ଗତ ୨୦୧୪ନିର୍ବାଚନରେ ଏଠାରେ ସମସ୍ତ ଲୋକ ସଭାସିଟ୍ ବିଜେପି ହାତେଇ ନେଇଥିଲା। ବିହାରରେ ୮ ଲୋକସଭା ଆସନ ପାଇଁ ୧୨୭ ଜଣ ପ୍ରାର୍ଥୀ ମୈଦାନରେଥିବା ବେଳେ ଏମାନଙ୍କମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନଙ୍କ ସମେତ ୮ ଜଣ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ମେ ୧୯ ତାରିଖରେ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.