Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮ ହଜାରରୁ ଅଧିକ ପଜିଟିଭ୍, ୧୫୭୬ ମୃତ

20/06/2021 at 9:38 AM

ନୂଆଦିଲ୍ଲୀ, ୨୦/୦୬: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୭୬ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୮୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୫୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୫୭୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ଲକ୍ଷ ୮୧ ହଜାର ୯୬୫ରେ ପହଞ୍ଚିଛି।

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୮୭ ଲକ୍ଷ ୬୬ ହଜାର ୯ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୨୯୨୪୩।

   Related Posts