Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଅବକାରୀ ବିଭାଗର ଚଢଉ, ୫୮ ଲିଟର ମଦ ଜବତ ସହ ୩ ଗିରଫ

27/05/2020 at 10:30 PM

ନୀଳଗିରି ୨୭/୫: ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫୮ ଲିଟର ଦେଶୀ ମଦ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି। ଆଜି ଭୋର ସମୟରେ ଅବକାରୀ ଇନ୍ସପେକ୍ଟର ଜ୍ୟୋତିର୍ମୟ ପଟେଲଙ୍କ ନେତୃତ୍ବରେ ଏକ ଟିମ ବିଦୁ ଅଞ୍ଚଳର ରାଜୀବ କୁମାର ମୁର୍ମୁ (୩୧)ଙ୍କ ଠାରୁ ୨୦ ଲିଟର ଦେଶୀମଦ ଜବତ କରିବା ସହ ଘୁଡାଡିହ ଗ୍ରାମର ପ୍ରତାପ କୁମାର ବ୍ରହ୍ମ (୨୬) ଙ୍କ ଠାରୁ ୨୦ ଲିଟର ଦେଶୀ ମଦ ଜବତ କରିଛି। ସେହିପରି ଅସ୍ତିଆ ଗ୍ରାମର ଶଶିକାନ୍ତ ବାରିକ (୪୦) ଙ୍କ ଠାରୁ ୧୮ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ପରେ ତିନୋଟି ପୃଥକ୍ ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

   Related Posts