Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କାମରୁ ବାହାର କରି ଦେଲା ମାଲିକ, ବିଷ ଦେଇ ୫୮ ଗାଈଙ୍କୁ ମାରିଦେଲା ଚାକର

30/10/2021 at 5:52 PM

ନୋଏଡା ୩୦।୧୦: ପ୍ରତିଶୋଧ ନିଆଁରେ ଲୋକେ ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି। କେଇ କ୍ଷଣରେ ଏମିତି ବଡ ଭୁଲ ଏବଂ ଅଘଟଣ କରି ଦିଅନ୍ତି ଯାହା କଳ୍ପନା ବାହାରେ ଥାଏ। ଏମିତି ଏକ ଘଟଣା ଯେଉଁଠି ଜଣେ ବ୍ୟକ୍ତି ପ୍ରତିଶୋଧ ନେବାକୁ ଯାଇ ପାଣିରେ ବିଷ ମିଶାଇ ୫୮ ଗାଈଙ୍କ ହତ୍ୟା କରିଛି। ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ଏପରି ଅଭାବନୀୟ ଘଟଣା ନୋଏଡା ଥାନା ଅନ୍ତର୍ଗତ ସୁରଜପୁର ଅଞ୍ଚଳ ଖୋଦନା ଖୁର୍ଦ ଗାଁରେ ଘଟିଛି। ଅଭିଯୁକ୍ତ ଜଣକ ପୂର୍ବରୁ ଏଠାରେ କାମ କରୁଥିଲା। କାମରୁ ବାହାର କରି ଦିଆଯିବାରୁ ପ୍ରତିଶୋଧ ପରାୟଣ ହୋଇ ବିଷ ଦେଇ ଗାଈଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ କମିଶନରଙ୍କ ମୁଖପାତ୍ର ଆଲୋକ ସିଂହ କହିଛନ୍ତି,  ଖୋଦନା ଖୁର୍ଦ ଗାଁରେ ରହୁଥିବା ଓମବୀର ନାଗରଙ୍କ ଗୋଶାଳା ରହିଛି। ଏଠାରେ ବହୁ ସଂଖ୍ୟାରେ ଗାଈ ରହିଛନ୍ତି। ହେଲେ ଓମବୀର ନାଗରଙ୍କ ୫୮ ଗାଈ ପାଞ୍ଚ ଦିନ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପଶୁ ଡାକ୍ତରଙ୍କ ଟିମ୍‌କୁ ଡକାଇ ଯାଞ୍ଚ କରିବାରୁ ଜଣା ପଡିଲା ଯେ, ଗାଈଙ୍କ ମୃତ୍ୟୁ ବିଷ ଖାଇବା ଯୋଗୁଁ ହୋଇଛି।

ଏହା ପରେ ପୋଲିସ ଖୋଳତାଡ କରି ଶନିବାର ଓମବୀର ନାଗରଙ୍କ ପୁରୁଣା ଚାକର ଧର୍ମେନ୍ଦ୍ରଙ୍କୁ ଗିରଫ କରିଛି। ଜେରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଧର୍ମେନ୍ଦ୍ର ଜଣେ ନିଶାଖୋର ବ୍ୟକ୍ତି। ଏହି କାରଣରୁ ତାଙ୍କୁ ମାଲିକ କାମରୁ ବାହାର କରି ଦେଇଥିଲ। ଏଥିରେ କ୍ରୋଧିତ ହୋଇ ଧର୍ମେନ୍ଦ୍ର ଗାଈଙ୍କୁ ଦିଆଯାଉଥିବା ପାଣି କୁଣ୍ଡରେ ବିଷ ମିଶାଇ ଦେଇଥିଲା। ଯାହାକୁ ପିଇ ୫୮ ଗାଈଙ୍କ ପାଞ୍ଚ  ଦିନ ଭିତରେ ମୃତ୍ୟୁ ଘଟିଛି।

   Related Posts