ଭଦ୍ରକରେ ୭ ପୋଲିସ୍ କର୍ମଚାରୀଙ୍କ ସହ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
20/07/2020 at 6:03 PM

ଭଦ୍ରକ୨୦/୭: ସୋମବାର ଭଦ୍ରକରେ ୭ ପୋଲିସ୍ କର୍ମଚାରୀଙ୍କ ସମେତ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ମିଳିଥିବା ସୂଚନା ଅନୁସାରେ ୧୩ ଜଣ ଲୋକାଲ କଣ୍ଟାକ୍ଟ ଏବଂ ୪୮ ଜଣ ସରକାରୀ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। କେବଳ ଭଦ୍ରକ ନୁହେଁ ସୋମବାର ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍ ଡାଉନ୍ ଜାରି ରହିବ କଟକଣା।
କରୋନା ପାଇଁ ଭଦ୍ରକ ପୌରପାଳିକା , ନିକଟବର୍ତ୍ତୀ ପଞ୍ଚାୟତ ଓ ଧାମନଗର ଏନ ଏ ସି ରେ ଲକଡାଉନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଲକଡାଉନ କଟକଣାରେ ସକାଳ ୫ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଧିଷ୍ଟ ସେବା ଓ ଦୋକାନ ବଜାର । ଦିନ ୨ ପରେ ପରଦିନ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।