Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଥାନାରୁ ୫୭୮ ପେଟି ମଦ ଚୋରି କରିନେଲେ ମହିଳା କନେଷ୍ଟବଳ, ୪୦୯ ଦଫାରେ ମାମଲା ରୁଜୁ କଲା ପୋଲିସ୍‌

4/12/2021 at 4:44 PM

ଲକ୍ଷ୍ନୌ, ୦୪/୧୨: ପୋଲିସ୍‌ ଥାନାରୁ ବିଭିନ୍ନ ସମୟରେ ଚୋରୀ ହେଉଥିବା ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ଜଣେ ମହିଳା କନେଷ୍ଟବଳ ୫୭୮ କାଟୁନ୍‌ ୱାଇନ୍‌ ଚୋରୀ କରିଥିବା ହୁଏତ ଆପଣ କେବେ ଶୁଣି ନଥିବେ । ଏନେଇ ଉକ୍ତ ମହିଳା କନେଷ୍ଟବଳଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କାଇରନ୍‌ ପୋଲିସ୍‌ ଷ୍ଟେସନ୍‌ର ଗୋଦାମ ଘରେ ( ଜବତ ସାମଗ୍ରୀ ରଖାଯାଉଥିବା ସ୍ଥାନ ) ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଜବତ କରାଯାଇଥିବା ମଦ ବା ୱାଇନ୍‌କୁ ରଖାଯାଇଥିଲା । ଏହାକୁ ଜଗିବା ଦାୟିତ୍ୱ ଉକ୍ତ ଥାନାର ମୁଖ୍ୟ ମହିଳା କନେଷ୍ଟବଳ ତାରେଶା ଶର୍ମାଙ୍କୁ ଦିଆଯାଇଥିଲା । ହେଲେ ଯେତେବେଳେ ଏହି କନେଷ୍ଟବଳଙ୍କ ବଦଳି ହୋଇଯାଇଥିଲା ସେତେବେଳେ ସେ ତାଙ୍କ ଦାୟିତ୍ୱ ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ସମୟରେ ଗୋଦାମ ଗୃହରୁ ୫୭୮ ପେଟି ୱାଇନ୍‌ ଗାଏବ୍‌ ଥିବା ଜଣାପଡ଼ିଥିଲା ।

ତେବେ ଏହାକୁ ନେଇ କନେଷ୍ଟବଳଙ୍କ ନାମରେ ପୋଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଏସ୍‌ପି । ତାଙ୍କ ନାମରେ ଜଣେ ସରକାରୀ ଅଧିକାରୀ ହୋଇ ଭରଷା ଭାଙ୍ଗିବା ଅପରାଧରେ ଧାରା ୪୦୯ରେ କେସ୍‌ କରାଯାଇଥିବା ଜଣାପଡ଼ିଛି ।

   Related Posts