Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚୋରା ଚାଲାଣ ବେଳେ ୫୭୨କେଜି ଗଞ୍ଜେଇ ଜବତ, ଟ୍ରକ୍ ସହ ଡ୍ରାଇଭର ଓ ହେଲପର ଅଟକ

28/10/2020 at 10:45 AM

ରାୟଗଡା ୨୮।୧୦: ଗଞ୍ଜେଇ ଚାଲାଣ ବେଳେ ଧରିଲା ରାୟଗଡା ପୋଲିସ । ଗଜପତି ଜିଲ୍ଲା ରାଇପଙ୍ଗାରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ୫୭୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ରାୟଗଡା ଜିଲ୍ଲା ଗୁଡାରୀ ଥାନା ପୋଲିସ ଗୁମୁଡା ଛକ ନିକଟରେ ପଇଁତରା ମାରୁଥିଲା ।

ଏହି ସମୟରେ ଆରଜେ- ଜିକେ-୧୦୩୬ ନମ୍ବର ବିଶିଷ୍ଟ ଟ୍ରକ ୩୨୬ ଜାତୀୟ ରାଜପଥରେ ଆସୁଥିବା ଦେଖି ପୋଲିସ ଗାଡିଟିକୁ ଅଟକାଇ ଚଢ଼ାଉ କରିଥିଲା । ସେଥିରୁ ୫୭୨ କେଜି ଗଞ୍ଜେଇ ବାହାରିଥିଲା । ତେବେ ରାୟଗଡା-ଗଜପତି ଜିଲ୍ଲା ସୀମାନ୍ତ ରାଇପଙ୍ଗା ଅଞ୍ଚଳରୁ ଏହି ଗଞ୍ଜେଇ ଆଣି ରାୟଗଡା ଜିଲ୍ଲା ପଦ୍ମପୁର, ଗୁମୁଡା ଓ ରାମନାଗୁଡା ଦେଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସ୍‌ପି ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

୧୪ ଚକିଆ ଟ୍ରକ୍ ସହ ୧୩ଟି ବ୍ୟାଗରେ ଥିବା ଗଞ୍ଜେଇ ଏବଂ ଗୋଟିଏ ଏଟିଏମ୍ କାର୍ଡକୁ ମଧ୍ୟ ପୋଲିସ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ ଚଳାଇଛି ।

   Related Posts