Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଡେରାଡୁନ ଜାତୀୟ ପ୍ରଶାସନିକ ଆକାଡେମୀରେ Covid, ୫୭ ଟ୍ରେନି IAS ଅଫିସରଙ୍କୁ କରୋନା, ସଂସ୍ଥାନ ବନ୍ଦ

22/11/2020 at 6:15 PM

ଡେରାଡୁନ ୨୨।୧୧: କରୋନା ଭାଇରସ ମହାମାରୀ ଡେରାଡୁନସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମୀ ଅଫ ଆଡମିନେଷ୍ଟ୍ରେସନକୁ ପ୍ରବେଶ କରିଯାଇଛି। ଆକାଡେମୀର ୫୭ ଟ୍ରେନି ଅଫିସର କୋଭିଡ-୧୯ ଆକ୍ରାନ୍ତ ହୋଇଛନ୍ତି। ଏକକାଳୀନ ଏତେ ସଂଖ୍ୟକ ଲୋକେ ସଂକ୍ରମିତ ହେବା ପରେ  ଆକାଡେମୀକୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଆକାଡେମୀର ଅଧିକାରୀମାନେ ଗଣମାଧ୍ୟମ ସହ ଆଲୋଚନାରେ ଏବେ ସଂସ୍ଥାନକୁ ବନ୍ଦ ରଖାଯାଇଥିବା କହିଛନ୍ତି। ତେବେ ଅନଲାଇନରେ ପ୍ରଶିକ୍ଷଣ ସମେତ ଅନ୍ୟ ଗତିବିଧି ଜାରି ରହିବ ବୋଲି କହିଛନ୍ତି। ଗତ ଶୁକ୍ରବାର ଆକାଡେମୀରେ କୋଭିଡ ପରୀକ୍ଷଣ କରାଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୫୭ ଜଣ କୋଭିଡ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ କୋଭିଡ କେୟାର ସେଣ୍ଟରରେ ପୃଥକ ରଖାଯାଇଛି।

ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ମୋଟ ୭୦ ହଜାର ୭୯୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ହଜାର ୧୪୬ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଡେରାଡୁନରେ ୧.୯ଲକ୍ଷ ପରୀକ୍ଷଣ ହୋଇଥିବା ବେଳେ ୧୯ ହଜାର ୯୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପ୍ରଶାସନିକ ଆକଡେମୀରେ କୋଭିଡ ସନ୍ଦେହ ହେବାରୁ ୧୬୨ଟି ଆରଟି-ପିସିଆର ପରୀକ୍ଷଣ ହୋଇଥିବା ବେଳେ ୫୭ ଜଣ ଚିହ୍ନଟ ହୋଇଛନ୍ତି।  

   Related Posts