ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଦିନ ୪ଟା ସୁଦ୍ଧା ୫୭ପ୍ରତିଶତ ମତଦାନ, ୧୫ଟି ବୁଥ୍‌ରେ ପୋଲିଂ ଶୂନ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ଦିନ ୪ଟା ସୁଦ୍ଧା ୫୭ପ୍ରତିଶତ ମତଦାନ ହୋଇଛି ।  ଗଜପତି ଜିଲ୍ଲାରେ ୪ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ୫୧ପ୍ରତିଶତ ମତଦାନ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ୫୪ପ୍ରତିଶତ, କୋରାପୁଟରେ ୫୫ପ୍ରତିଶତ ମତଦାନ ହୋଇଛି ।

ଅନ୍ୟପଟେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ଏବଂ ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା ।

ପ୍ରଥମ ପର୍ଯ୍ୟାୟ ମତଦାନରେ ୧୫ଟି ବୁଥ୍ ର ପୋଲିଂ ଶୂନ ହୋଇଛି । ପୋଲିଂ ନହେବାରୁ ବୁଥ୍ ରୁ ଫେରିଆସିଛନ୍ତି ପୋଲିଂ ପାର୍ଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.