Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍ ହସ୍ପିଟାଲରେ ଜନ୍ମିତ ୫୭ ନବଜାତକ ସମ୍ପୂର୍ଣ୍ଣ ସୁସ୍ଥ – ସୁରକ୍ଷିତ, ସେମାନଙ୍କଠାରେ କୋଭିଡ୍ ଜନିତ କୌଣସି ଲକ୍ଷଣ ନାହିଁ

14/08/2020 at 3:11 PM

ବ୍ରହ୍ମପୁର୧୪/୮: ବର୍ତ୍ତମାନର ଘଡ଼ିସନ୍ଧି ମୂହୁର୍ତ୍ତରେ ଗଞ୍ଜାମ ଜିଲ୍ଲାରୁ ଏକ ଖୁସି ଖବର ଆସିଛି। ମାଆ ସଂକ୍ରମିତ କିନ୍ତୁ ନବଜାତ ଶିଶୁ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ।  ଖବରଟି ହେଲା କୋଭିଡ୍ ଜନିତ ପରିସ୍ଥିତି ସମୟରେ ଗଞ୍ଜାମ ଜିଲ୍ଳାରେ ଜନ୍ମିତ ଶିଶୁମାନଙ୍କଠାରେ କରୋନା ଭୂତାଣୁର ଚିହ୍ନବର୍ଣ୍ଣ ନାହିଁ।  ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୫୭ ଜଣ ନବଜାତ ଶିଶୁ ଜନ୍ମ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍ ହସ୍ପିଟାଲରେ ଜନ୍ମ ନେଇଛନ୍ତି।  ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଏହି ଶିଶୁମାନଙ୍କ ମଧ୍ୟରୁ  ଅଧିକାଂଶ କରୋନା ସଂକ୍ରମିତ ମାଆଙ୍କଠାରୁ ଜନ୍ମ ନେଇଛନ୍ତି। କିନ୍ତୁ ନବଜାତକମାନେ ସଂକ୍ରମଣ ମୁକ୍ତ ଅର୍ଥାତ ସେମାନଙ୍କୁ ମାଆଠାରୁ କରୋନା ସଂକ୍ରମିତ ହୋଇ ନାହିଁ। ଏହି ଶିଶୁମାନେ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ବୋଲି ଜିଲ୍ଳାପାଳଙ୍କ ସୂଚନାରୁ ଜଣାଯାଇଛି।

 ଏହି ନବଜାତଙ୍କ ମଧ୍ୟରେ ୧୬  ଜଣ ଶିଶୁପୁତ୍ର ଥିବାବେଳେ ଅନ୍ୟ ମାନେ ଶିଶୁ କନ୍ୟା। ସେମାନଙ୍କ ଠାରେ କରୋନା ସଂକ୍ରମଣ ନଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅନ୍ୟପଟେ ରାଜ୍ୟ ସରକଙ୍କର ଭଲ ନିଷ୍ପତ୍ତି ଯୋଗୁଁ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କରୋନା  ସଂକ୍ରମିତ ପ୍ରସୂତୀମାନେ ଏବେ ଉପଯୁକ୍ତ ଚିକିତ୍ସା ପରେ କରୋନା ସଂକ୍ରମଣରୁ ମୁକ୍ତ ବା ସୁସ୍ଥ ହୋଇସାରିଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ ଯୋଗେ ସଂକ୍ରମିତ ମାଆମାନଙ୍କଠାରୁ ସଂକ୍ରମଣ ମୁକ୍ତ ସୁସ୍ଥ ଶିଶୁ ସନ୍ତାନ ଜନ୍ମ ଗ୍ରହଣ କରିଥିବା ନେଇ ଟ୍ବିଟ୍ କରିଛନ୍ତି। ଚିକିତ୍ସା ବିଜ୍ଞାନର ସଫଳ ଉପଯୋଗ ଓ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା କାରଣରୁ ନବଜାତକମାନେ ସଂକ୍ରମଣକୁ ପରାହତ କରିଥିବା ଜଣାଯାଇଛି।   

 

   Related Posts