ଶକ୍ତ ହେବ ବାୟୁସେନା, କିଣାଯିବ ୫୬ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ, ୦୮/୦୯: ଶକ୍ତ ହବ ବାୟୁସେନା । କିଣାଯିବ ୫୬ ଟି ଅତ୍ୟାଧୁନିକ ବାମାନ । ଏନେଇ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛି । ଦେଶର ସୁରକ୍ଷା ମାମଲାକୁ ନେଇ ବସିଥିବା ବୈଠକରେ ବାୟୁସେନା ପାଇଁ ୫୬ଟି ସି-୨୯୫ ଏମ୍‌ଡବ୍ଲୁ ପରିବହନ ବିମାନ କିଣିବା ଲାଗି ପ୍ରସ୍ତାବରେ ମୋହର ଲାଗିଛି । ବିଶେଷ କଥା ହେଉଛି କି କିଛି ମାଲ୍‌ବାହୀ ବିମାନ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମାଣ କରାଯିବ । ୧୬ଟି ବିମାନ ସ୍ପେନ୍‌ରୁ ଅର୍ଡର କରାଯିବାକୁ ଥିବା ବେଳେ ୪୦ଟି ସ୍ୱଦେଶୀ ହେବ ଏବଂ ଏହାକୁ ଟାଟା କନ୍‌ସୋରଟିୟମ୍‌ ନିର୍ମାଣ କରିବ ।

ଦେଶରେ ପ୍ରଥମ କରି ଏକ ବେସରକାରୀ ସଂସ୍ଥା ମିଲିଟାରୀ ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବାକୁ ଯାଉଛି । ଏହି C-295MW ବିମାନ ୫ରୁ ୧୦ ଟନ୍‌ କାପାସିଟି ବିଶିଷ୍ଟ । ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ପ୍ରସ୍ତୁତ କରାଯିବ । ଏଥିରେ ସଙ୍ଗେସଙ୍ଗେ ବାହାରକୁ ବାହାରିଯିବା ପାଇଁ ରିୟର ରାମ୍ପ ଡୁଅର, ପାରା ଡ୍ରମ୍ପିଂ ଏବଂ କାର୍ଗୋ ପାଇଁ ସୁବିଧା ରହିବ । 

ତେବେ ସ୍ପେନ୍‌ରୁ ଆସିବାକୁ ଥିବା ୧୬ଟି ବିମାନ ୪୮ ମାସ ଭିତରେ ଏବଂ ସ୍ୱଦେଶୀ ୪୦ଟି ବିମାନ ଆଗାମୀ ୧୦ ବର୍ଷ ଭିତରେ ପ୍ରସ୍ତୁତ ହେବ ବୋଲି ହୋଇଥିବା ଚୁକ୍ତିରେ ଦର୍ଶାଯାଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.