ରାତାରାତି ଗାୟବ ହୋଇଗଲା ୨୩ ମିଟର ଲମ୍ବା, ୫୬ ଟନ୍ ଓଜନିଆ ରେଳ ବ୍ରିଜ୍

Published By : Prameya-News7 Bureau | June 07, 2019 IST

ମୁରମୈନସ୍କର ୭/୬ :  ଏବେ ପର୍ଯ୍ୟନ୍ତ ଆପଣ ଘର କିମ୍ବା ଦୋକାନରେ ଚୋରି ହେଉଥିବା ଘଟଣା ଶୁଣିଥିବେ । କିନ୍ତୁ କେବେ ରେଳ ବ୍ରିଜ ଚୋରି ହେବ ଘଟଣା ଶୁଣିଛନ୍ତି ? ବ୍ରିଜଟି ୨୩ ମିଟର ଲମ୍ବା ଓ ୫୬ ଟନ ଓଜନିଆ । ଏତେ ଓଜନିଆ ବ୍ରିଜକୁ ରାତାରାତି ଗାୟବ କରିଦିଆଯାଇଛି । ସୋସିଆଲ ମିଡ଼ିଆରେ ଏହି ବ୍ରିଜର ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକେ କଳ୍ପନା ମଧ୍ୟ କରିପାରୁନାହାନ୍ତି ଏତେ ଓଜନିଆ ବ୍ରିଜ କିଏ ଏବଂ କେମିତି ରାତାରାତି ଗାୟବ କରିଦେଲା ।

{"id":120646}

ଘଟଣା ଋଷର ମୁରମୈନସ୍କର । ଅମ୍ବା ନଦୀ ଉପରେ ମେଟାଲ ବ୍ରିଜ୍ ତିଆରି ହୋଇଥିଲା । ଏହା ଋଷ ଏବଂ ଫିନଲ୍ୟାଣ୍ଡ ସୀମାରେ ରହିଛି । ଫଟୋ ମେ ୧୬ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଫଟୋରେ ଆପଣ ଦେଖିପାରିବେ ନଦୀ ଉପରେ ତିଆରି ହୋଇଥିବା ବ୍ରିଜର ସମ୍ପୂର୍ଣ ଅଂଶ ଗାୟବ ହୋଇଯାଇଛି । Kirovsk ଥାନାରେ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ଏତଲା ଦେଇଥିଲେ ।

{"id":120647}

ସୂଚନା ଅନୁଯାୟୀ, ପୋଲିସ ସନ୍ଦେହ କରୁଛି ମେଟାଲକୁ ପାଣି ଭିତରକୁ ଟଣା ଯାଇଥିବ । ଏହାପରେ ଏହାକୁ ଟୁକୁଡା ଟୁକୁଡା କରାଯାଇଥିବ । ଏହାପରେ ଚୋରମାନେ ମେଟାଲ ଚୋରି କରିନେଇଥିବେ । ପୋଲିସ ମାମଲାର ତଦନ୍ତ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.