ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ, ଦୁଇ ଗିରଫ
27/11/2019 at 7:54 AM

ଭୁବନେଶ୍ବର ୨୭।୧୧: ଭୁବନେଶ୍ବର ନିକଟସ୍ଥ ଗଙ୍ଗପଡା ଟୋଲଗେଟ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଛି । ୫୬କେଜିର ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯ, ଭୁବନେଶ୍ବର ନିକଟସ୍ଥ ଗଙ୍ଗପଡା ଟୋଲଗେଟ ନିକଟରୁ ଚୋରା ଗଞ୍ଜେଇ ଜବତହୋଇଛି । ଏକ ନମ୍ବର ବିହୀନ କାର୍ ସହ ୫୬ କେଜି ଗଞ୍ଜେଇ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାଡ୍ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣଙ୍କ ନାମ ମହେଶ୍ବର ଓ କାର୍ତ୍ତିକ ବୋଲି ଜଣାପଡିଛି । ଗଞ୍ଜେଇ ଫୁଲବାଣୀରୁ କାର୍ ଯୋଗେ ଭୁବନେଶ୍ବର ଆସୁଥିବା ସମୟରେ ଅବକରୀ ବିଭାଗ ସ୍ପେଶାଲ ସ୍କ୍ବାର୍ଡ ଜବତ କରିଛି ।