Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗଞ୍ଜାମରେ ପୁଣି ୫୬ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୩ଜଣ ରହିଛନ୍ତି କରୋନା ଯୋଦ୍ଧା

18/06/2020 at 9:28 AM

ବ୍ରହ୍ମପୁର  ୧୮।୦୬:  ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲଗାଛି ।  ଜିଲ୍ଲାରେ ପୁଣି ୫୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ  ଗଞାମ ଜିଲ୍ଲାପାଳ ଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟି  ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ରେ ପହଞ୍ଚିଛି । ସେହିପରି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୬୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୧୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଛି ।

ଆଜି ୫୬ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୩ ଜଣ କୋରନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମର ୫ଜଣ,  ବେଲଗୁଣ୍ଠାର ଜଣେ,  ବୁଗୁଡାର ଜଣେ,  ପୋଲସରାର ୨ ଜଣ,  ରଙ୍ଗେଇଲୁଣ୍ଡାର ଜଣେ, ଶେରଗଡର ଜଣେ,  ସୋରଡାର ଜଣେ କୋରନା ଯୋଦ୍ଧା ଚିହ୍ନଟ ।

ସେହିପରି ଅନ୍ୟ ୪୩ ଜଣ ହେଉଛନ୍ତି ବେଲଗୁଣ୍ଠାରୁ ୩ ଜଣ, ବ୍ରହ୍ମପୁରରୁ ୫ ଜଣ, ଭଞ୍ଜନଗରରୁ ୭ ଜଣ, ବୁଗୁଡାରୁ  ୨ ଜଣ , ଛତ୍ରପୁରରୁ ଜଣେ, ଧରାକୋଟ୍ର ଜଣେ, ଦିଗପହଣ୍ଡିର ଜଣେ, ହିଞିଳିର ଜଣେ,  କବିସୂର୍ଯ୍ୟନଗରର ୪ ଜଣ, କୁକୁଡାଖଣ୍ଡିର ୨ ଜଣ, ପାତ୍ରପୁର ର ଜଣେ, ଶେରଗଡ ର ୪ ଜଣ, ସୋରଡାର ୩ ଜଣ,  ପୋଲସରାର  ୬ ଜଣ, ରଙ୍ଗେଇଲୁଣ୍ଡାର ୨ଜଣ  ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି  ।

   Related Posts