Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୁଏ ୫୬ ପ୍ରକାର ଭୋଗ : ଜାଣନ୍ତୁ ଏହା ପଛର କାରଣ

10/08/2020 at 7:13 PM

ଭୁବନେଶ୍ୱର ୧୦/୦୮ : ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି | ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ | ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ | ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାର ଭୋଗ ଅର୍ପଣ କରିବାର ପରମ୍ପରା ରହିଛି | ଏହି ପରମ୍ପରା କେବେ ଠାରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଯୁଗ ଯୁଗ ଧରି ଏହି ପରମ୍ପରା ଚାଲି ଆସୁଛି | ୫୬ ଭୋଗ ଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୁର୍ଣ କରିଥାନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି |

୫୬ ଭୋଗକୁ ନେଇ ଅନେକ କଥା ପ୍ରଚଳିତ | ପ୍ରଚଳିତ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ମା ଯଶୋଦା ଦିନକୁ ୮ ଥର ଅର୍ଥାତ ଶ୍ରୀକୃଷ୍ଣଙ୍କୁ ଭୋଜନ କରାଉଥିଲେ | ଥରେ ବୃନ୍ଦାବନବାସୀଙ୍କ ଠାରୁ ରାଗି ଇନ୍ଦ୍ର ଭଗବାନ ଭୀଷଣ ବର୍ଷା କରାଇଥିଲେ | ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ରକ୍ଷା କରିବାକୁ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ | ଶ୍ରୀକୃଷ୍ଣ ୭ ଦିନ ଯାଏଁ ପର୍ବତ ଉଠାଇ ରଖିଥିଲେ | ଏହି ସମୟରେ ବୃନ୍ଦାବନବାସୀ, ପଶୁପକ୍ଷୀ ଗୋବର୍ଧନ ପର୍ବତ ତଳେ ଶରଣ ନେଇଥିଲେ | ୭ ଦିନ ପରେ ବର୍ଷା ଛାଡିବା ପରେ ସମସ୍ତେ ବାହାରକୁ ବାହାରିଥିଲେ |

୭ ଦିନ ଯାଏଁ ଶ୍ରୀକୃଷ୍ଣ କିଛି ଖାଇନଥିଲେ କି ପିଇନଥିଲେ | ନ ଖାଇ ନ ପିଇ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ | ଏହାପରେ ମାତା ଯଶୋଦା ଓ ସମସ୍ତେ ମିଶି ୮ ପ୍ରହାର ହିସାବରେ ଶ୍ରୀକୃଷ୍ଣଙ୍କ ପାଇଁ ୫୬ ଭୋଗ ତିଆରି କରିଥିଲେ | ସେହିଦିନ ଠାରୁ ୫୬ ଭୋଗ ପରମ୍ପରା ଆରମ୍ଭ ହୋଇଛି ବୋଲି ବିଶ୍ୱାସ ରହିଛି | 

ଭଗବାନଙ୍କ ୫୬ ଭୋଗ ଭକ୍ତ ନିଜ ହିସାବରେ ଚୟନ କରନ୍ତି | ଏଥିରେ ଲହୁଣୀ, ଖିରି, ବାଦାମ କ୍ଷୀର, କାଜୁ ବରଫି, ପିସ୍ତା ବାଦାମ, ଲଡୁ, ପେଡ, ଜିଲାପି, ମାଲପୁଆ, ମୁଗ ଡାଲି ହାଲବା, ଖେଚେଡ଼ି, ପୁରି, ତରକାରୀ, ଅନ୍ନ, ଶାଗ, ଦହି ଆଦି ଅନେକ ବ୍ୟଞ୍ଜନ ସାମିଲ କରାଯାଇଥାଏ |

   Related Posts