ଦେଶରେ ହ୍ରାସ ପାଉଛି କରୋନା ଗ୍ରାଫ, ୨୪ଘଣ୍ଟାରେ ୫୫୩୪୨ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩।୧୦: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଥିଲା । କିନ୍ତୁ ଏସବୁ ଭିତରେ ଆଜି ଆଶ୍ୱସ୍ତିକର ଖବର ଆସିଛି । ଦୈନିକ ସଂକ୍ରମଣ ଗ୍ରାଫରେ ଆସି ହାର କମିଛି । ସୋମବାର ତୁଳନାରେ ମଙ୍ଗଳବାର ଦିନ କରୋନା ସଂକ୍ରମଣ ସଂଖ୍ୟାରେ କମ୍‌ ଆସିଛି । ସୋମବାର ଦିନ ୬୬,୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୫୫,୩୪୨ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୭୦୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

wp:html /wp:html

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୫୫,୩୪୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ  ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧,୭୫,୮୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮,୩୮,୭୨୯ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୬୨,୨୭,୨୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୧,୦୯,୮୫୬ରେ ପହଞ୍ଚିଛି ।

ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଗ୍ରାଫ ଏବେ କମିବାରେ ଲାଗିଛି । ଗତ କିଛି ଦିନ ହେଲେ ସଂକ୍ରମିତ ହାର କମୁଛି । ଯେପରି ରବିବାର ଦିନ ୭୪,୩୮୩, ସୋମବାର ଦିନ ୬୬,୭୩୨, ମଙ୍ଗଳବାର ଦିନ ୫୫,୩୪୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଛି। ରବିବାର ଦିନ ୯୧୮ଜଣ, ସୋମବାର ଦିନ ୮୧୬ଜଣ, ମଙ୍ଗଳବାର ଦିନ ୭୦୬ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ ଦେଶରେ ସୁସ୍ଥ ହାର ୮୬.୧୭ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.