Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦେଶର ପ୍ରତି ଜିଲ୍ଲାରେ ସ୍ଥାପନ ହେବ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ, ପିଏମ୍‌ କେୟାର୍ସରୁ ମିଳିବ ଫଣ୍ଡ

25/04/2021 at 6:11 PM

ନୂଆଦିଲ୍ଲୀ ୨୫/୪:  ଦେଶବ୍ୟାପୀ ଏବେ ଅକ୍ସିଜେନ୍‌ ପାଇଁ ହା ହା କାର ପଡ଼ିଛି। ମାମଲା କୋର୍ଟରେ ପହଞ୍ଚିବାରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅକ୍ସିଜେନ୍‌ ଏକ୍ସପ୍ରେସ୍ ଆରମ୍ଭ ହୋଇଥିବା ବେଳେ ବାୟୁ ସେନା ଦ୍ବାରା ଅକ୍ସିଜେନ୍‌ ଟ୍ୟାଙ୍କର ଏୟାରଲିଫ୍ଟ କରାଯାଉଛି। ଏବେ ପୁଣି ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ସରକାରୀ ହସ୍ପିଟାଲାରେ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ ପ୍ରସ୍ତୁତ କରାଯିବ। ପିଏମ୍‌ କେୟାର୍ସ ଫଣ୍ଡରୁ ୫୫୧ ହସ୍ପିଟାଲରେ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ ଲଗାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସବୁ ପ୍ଲାଣ୍ଟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ। ଅକ୍ସିଜେନ୍‌ ଜେନେରସନ ପ୍ଲାଣ୍ଟ ମାଧ୍ୟମ​‌ରେ ଜିଲ୍ଲାଗୁଡ଼ିକରେ ଅକ୍ସିଜେନ୍‌ ଅଭାବକୁ ବହୁମାତ୍ରାରେ ଦୂର କରିହେବ। ତେବେ ଏହି ସବୁ ପ୍ଲାଣ୍ଟ ତିଆରି ପାଇଁ ପିଏମ କେୟାର୍ସ ଫଣ୍ଡରୁ ଅର୍ଥ ରାଶି ଆବଣ୍ଟିତ ହେବାକୁ ଥିବା ବେଳେ ଏନେଇ ସରକାରଙ୍କ ଅନୁମତି ମିଳିସାରିଛି। ଏମିତି ଏକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଭିନ୍ନ ଭିନ୍ନ ରାଜ୍ୟର ଜିଲ୍ଲାମୁଖ୍ୟାଳୟରେ ଚିହ୍ନିତ ହସ୍ପିଟାଲଗୁଡ଼ିଗରେ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କ୍ରୟ କରାଯିବ। ନିକଟରେ ୧୬୨ ଅତିରିକ୍ତ ପିଏସ୍‌ଏ ମେଡିକାଲ୍‌ ଅକ୍ସିଜେନ୍‌ ଜେନେରସନ୍‌ ଫ୍ଲାଣ୍ଟସ୍‌ ସ୍ଥାପନା ପାଇଁ ପିଏମ କେୟାର୍ସ ଫଣ୍ଡରୁ ୨୦୧.୫୮ କୋଟି ଟଙ୍କା ମଞ୍ଜୁର କରିଥିଲେ ସରକାର। ୫୫୧ ଅକ୍ସିଜେନ୍‌ ଜେନେରେସନ୍‌ ପ୍ଲାଣ୍ଟ ସ୍ଥାପନ ପଛରେ ମୂଳଲକ୍ଷ୍ୟ ହେଉଛି ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍‌ ଅଭାବ ନରହୁ। ହସ୍ପିଟାଲଗୁଡ଼ିକରେ ଅକସ୍ମାତ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେବ ନାହିଁ। ଏଥିଯୋଗୁ କରୋନା ସହ ଅନ୍ୟ ରୋଗୀଙ୍କୁ ସାହାଯ୍ୟ ମିଳିପାରିବ ବୋଲି ଜଣାପଡ଼ିଛି।

   Related Posts