୫୫୦ ବର୍ଷ ହେଲା ଏଠାରେ ଧ୍ୟାନରେ ମଗ୍ନ ଅଛନ୍ତି ଏହି ସନ୍ଥ, ବଢୁଛି ନଖ ଓ ଚୁଟି, ଜାଣନ୍ତୁ କେଉଁଠି

Published By : Prameya-News7 Bureau | August 29, 2019 IST

ଭାରତୀୟ ପ୍ରାଚୀନ ଧର୍ମଗ୍ରନ୍ଥରେ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିବା ଉଲ୍ଲେଖ ରହିଛି।  ଶହେ ବର୍ଷ ଆୟୁଷର ମନୁଷ୍ୟ କିପରି ଏତେ ବର୍ଷ ଧ୍ୟାନରେ ରହିପାରିବ ତାହା ଏବେବି ଅନେକଙ୍କୁ ଆଚମ୍ବିତ କରୁଛି। ହେଲେ ତିବ୍ବତରେ ଜନୈକ ସନ୍ଥ ଗତ ୫୫୦ ବର୍ଷ ହେଲା ଧ୍ୟାନମଗ୍ନ ରହିଛନ୍ତି। ସେ କିଛି ଖାଇବା ପିଇବା କରୁ ନଥିବା ବେଳେ ତାଙ୍କ ଶରୀର ସତେଜ ରହିବା ସାଙ୍ଗକୁ ନଖ ଓ ଚୁଟି ବଢୁଥିବା ଦେଖାଯାଇଛି।

{"id":150719,"width":579,"height":288}

କିଛି ବର୍ଷ ପୂର୍ବେ ତିବ୍ବତଠାରୁ ମାତ୍ର ୨ କିଲୋମିଟର ଦୂର ଲାହୁଲ ସ୍ପିତିର ଗିୟୁ ଗାଁରେ ଏକ ସ୍ତୁପ ତଳୁ ସନ୍ଥଙ୍କ ମମି ଉଦ୍ଧାର ହୋଇଥିଲା। ତେବେ ପ୍ରଥମେ ମମି ବୋଲି କୁହାଯାଉଥିବା ଏହି ସନ୍ଥ କିନ୍ତୁ ଜୀବିତ ଥିବା ସେତେବେଳେ ଜଣାପଡିଲା ଯେତେବେଳେ ତାଙ୍କ ଚର୍ମ,  ଚୁଟି   ଓ ନଖ ସବୁ ଜୀବିତ ଲୋକଙ୍କ ଭଳି ଜଣାପଡିଲା। ସେବେଠାରୁ ସନ୍ଥଙ୍କୁ ସେହି ଠାରେ ରଖା ଯାଇଛି। ସ୍ତୁପ ତଳୁ ସନ୍ଥଙ୍କ ମମି ଉଦ୍ଧାର ବେଳେ ହୋଇଥିବା ପରୀକ୍ଷା ନିରୀକ୍ଷାରୁ ତାହା ୫୪୫ ବର୍ଷ ପୁରୁଣା ବୋଲି ଜଣାପଡିଥିଲା।

{"id":150720}

ତେବେ ଲୋକେ ଦନ୍ତକଥାକୁ ମନେ ପକାଇ ଏଠାକୁ ପଞ୍ଚଦଶ ଶତାବ୍ଦୀରେ ଜଣେ ସନ୍ଥ ଆସିଥିବା କୁହନ୍ତି। ସେତେବେଳେ ଗାଁରେ ଭୟଙ୍କର ପ୍ରାକୃତିକ ବିତ୍ପାତ ଦେଖାଦେଇଥିଲା। ବିଚ୍ଛା ମାଟି ତଳୁ ବାହାରି ଲୋକଙ୍କୁ ବହୁତ ହଇରାଣ କରୁଥିଲେ। ଏଣୁ ବିଛାଙ୍କ କବଳରୁ ଗ୍ରାମବାସୀଙ୍କୁ ରକ୍ଷା କରିବା ଲାଗି ଏଠାରେ ସନ୍ଥ ଧ୍ୟାନମଗ୍ନ ହୋଇଥିଲେ ଯେ ସେବେଠୁ ଧ୍ୟାନରେ ରହିଛନ୍ତି। କେତେ ଶହ ବର୍ଷ ବିତିଗଲାଣି ଗାଁ ବଦଳି ଲୋକେ କିଏ କୁଆଡେ ଗଲେଣି ହେଲେ ସନ୍ଥ ଗାଁ ମାଟି ତଳେ ଗାଁକୁ ଜଗି ରହିଥିବା କହିଛନ୍ତି ଗ୍ରାମବାସୀ।

{"id":150721,"width":579,"height":446}

ତେବେ ଆଉ କିଛି ଲୋକେ ଏହି ଧ୍ୟାନମଗ୍ନ ସନ୍ଥ ବୌଦ୍ଧ ଭିକ୍ଷୁ ସାଙ୍ଗଲାଙ୍ଗ ତେନଜିଂ ବୋଲି କହୁଛନ୍ତି । ଯିଏ ଆଜିବି ଜୀବନ୍ତ ବୋଲି ସେମାନେ ସ୍ୱୀକାର କରନ୍ତି। ଗାଁରେ ସ୍ତୁପ ଖନନ ବେଳେ ଶ୍ରମିକଙ୍କ କୋଦାଳ ଚୋଟ ଧ୍ୟାନସ୍ଥ ସନ୍ଥଙ୍କ ମୁଣ୍ଡରେ ବାଜିଥିଲା। ଯେଉଁଥିରୁ ସେତେବେଳେ ରକ୍ତ ବି ଝରିଥିବା କହିଛନ୍ତି ଗ୍ରାମବାସୀ। କୋଦାଳ ଚୋଟର ଚିହ୍ନ ଏବେବି ସନ୍ଥଙ୍କ ମୁଣ୍ଡରେ ରହିଛି। ହେଲେ ସାଧାରଣ ଲୋକଙ୍କ କ୍ଷତି ଭଳି ତାହା ବି ସୁଖି ଯାଇଛି। ଏବେ ଗ୍ରାମବାସୀ ଏକ କାଚ କ୍ୟାବିନରେ ତାଙ୍କ ଧ୍ୟାନସ୍ଥ ମମିକୁ ରଖି ପୂଜାର୍ଚ୍ଚନା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.