କରୋନା କବଳରୁ ମୁକ୍ତି ପାଇଲେ ୫୫ ବର୍ଷ ବୟସ୍କା ମହିଳା : କହିଲେ ଦେଖା କରିବାକୁ ଆସୁନଥିଲେ ଘରଲୋକ, ଡାକ୍ତର ବୁଝାଇବା ପରେ ବଢିଥିଲା ମନୋବଳ

Published By : Prameya-News7 Bureau | April 09, 2020 IST

ଇନ୍ଦୋର ୯।୪: ମଧ୍ୟପ୍ରଦେଶରେ କରୋନା ସଙ୍କଟ ସର୍ବାଧିକ । ସ୍ବଚ୍ଛତା ପାଇଁ ଏକ ନମ୍ବର ହୋଇଥିବା ସହ ଇନ୍ଦୋରରେ ଏହା ବହୁଳ ମାତ୍ରାରେ ବ୍ୟାପିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ଖୁସିର ବିଷୟ ଯେ, ଏହି ସମୟରେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରୁଛନ୍ତି । ଏଭଳି ଏକ କାହାଣୀ ହେଉଛି ୫୫ ବର୍ଷ ବୟସ୍କା ମହିଳା ସକିନାଙ୍କର । ସେ କରୋନା ସହ ମଧୁମେହ ରୋଗ ସହ ମଧ୍ୟ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

{"id":251359,"sizeSlug":"large"}

ସକିନା କହିଛନ୍ତି, “ମୁଁ ପୂର୍ବରୁ ଜଣେ ମଧୁମେହ ରୋଗୀ । ଯଦିଓ ସାମାନ୍ୟ ଥଣ୍ଡା-କାଶ ହୋଇଥିଲା । କିଛି ଦିନ ପରେ ଜ୍ବର ଏବଂ ପରେ ନିମୋନିଆ ହୋଇଥିଲା । ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ପରେ କରୋନା ପରୀକ୍ଷଣ କରାଯାଇଥିଲା । ତେବେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ପୁଅ ମୋତେ ଏ ବିଷୟରେ କହିଲା ନାହିଁ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଥିଲା ।”

{"id":251354,"sizeSlug":"large"}

ସକିନା କହିଥିଲେ ଯେ, ମୁଁ ଅତ୍ୟଧିକ ଭୟଭୀତ ହୋଇଯାଇଥିଲି । ମନେହେଉଥିଲା କେଜାଣି ଏବେ କ’ଣ ହେବ, କାରଣ କରୋନା ବିଷୟରେ ବହୁତ କିଛି ଶୁଣିଥିଲି । ରିପୋର୍ଟ ପଜିଟିଭ ଆସିବା ପରେ ମୋ ପୁଅ-ବୋହୂ ମୋତେ କିଛି ଦିନ ପାଇଁ କ’ଣ ହୋଇଛି ଜଣାଇ ନଥିଲେ । ମୋ ପରିବାରରେ ପୁଅ, ବୋହୂ ଏବଂ ଦୁଇଟି ପିଲା ଅଛନ୍ତି, କିନ୍ତୁ ମୋତେ କେବି ଭେଟିବାକୁ ଆସୁନଥିଲେ । ସେମାନଙ୍କୁ ବହୁତ ମନେପକାଉଥିଲି । ଲାଗୁଥିଲା ଯେ ଅସୁସ୍ଥ ହେବା ସତ୍ତ୍ବେ ସେମାନେ ମୋତେ ଏକୁଟିଆ ଛାଡି ଦେଇଛନ୍ତି ।

{"id":251350,"sizeSlug":"large"}

ସେ କହିଥିଲେ, ତା’ପରେ ଡାକ୍ତର ମୋତେ ବୁଝାଇଥିଲେ ଯେ ମୁଁ କରୋନା ସଂକ୍ରମିତ । ତେଣୁ ସେମାନେ ଦେଖା କରିପାରିବେ ନାହିଁ । ସେତେବେଳେ ଯାଇ ମୋର ଆତ୍ମବିଶ୍ବାସ ବଢିଥିଲା । ଡାଇବେଟିସ୍ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ୫୦% କମିଯାଇଥାଏ । କିନ୍ତୁ ମୋର ଭରଷା ଥିଲା ଯେ, ମୁଁ ଭଲ ହୋଇଯିବି । ଯେତେବେଳେ ରିପୋର୍ଟ ନେଗେଟିଭ ଆସିଲା ଏବଂ ଯେତେବେଳେ ମୁଁ ଜାଣିଲି ଯେ ମୁଁ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଯାଉଛି, ସେତେବେଳେ ମୁଁ ଖୁସି ହୋଇଯାଇଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.