Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଘାସ ଆଣିବାକୁ ଜଙ୍ଗଲ ଯାଇଥିଲେ ୫୫ ବର୍ଷୀୟ ମହିଳା, ଜୋରଜବଦସ୍ତ ଉଠାଇ ନେଇ ୪ ଦୁର୍ବୁତ୍ତ କଲେ ଗଣ ଦୁଷ୍କର୍ମ

11/10/2021 at 1:41 PM

ଗ୍ରେଟର ନୋଏଡା ୧୧/୧୦ : ପୁଣିଥରେ ସମସ୍ତଙ୍କୁ ଲଜ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଦେଶରେ ହେଉ କିମ୍ବା ରାଜ୍ୟରେ ଦୁଷ୍କର୍ମ ଥମିବାର ନାଁ ଧରୁନି। ଛୋଟରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଦୁଷ୍କର୍ମର ଶିକାର ହେଉଛନ୍ତି । ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟକର।୪ ଜଣ ବ୍ୟକ୍ତି ଜଣେ ୫୫ ବର୍ଷୀୟ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଛନ୍ତି। ଏନେଇ ଗ୍ରେଟର ନୋଏଡାର ଜେୱର ପୁଲିସ୍‌ ଷ୍ଟେସନ ଅଧୀନରେ ଏପରି ଘଟଣା ଘଟିଛି।

ଏନେଇ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି  ଡିସିପି ବ୍ରିନ୍ଦା ଶୁକ୍ଳା, ମହିଳା ଜଣଙ୍କ ରବିବାର ଦିନ ପ୍ରାୟ ୧୦ଟା ବେଳେ ନିକଟସ୍ଥ ପଡ଼ିଆକୁ ଘାସ କାଟିବାକୁ ଯାଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ସେହିଠାରେ ଘାସ କାଟୁଥିଲା। ପୂର୍ବରୁ ମହିଳାଙ୍କ ସହ ତା’ର ଚିହ୍ନା ପରିଚିତ ଥିଲା। କାରଣ ଉଭୟ ଗୋଟିଏ ପଡ଼ିଆରେ ଘାସ କାଟିବା ସହ ସମାନ ଗାଁରେ ରୁହନ୍ତି ।

ଉକ୍ତ ଘଟଣା ଦିନ ମହିଳାଙ୍କ ଜଣଙ୍କ ସହ କଥା ହୋଇଥିଲେ। ଏହାର କିଛି ସମୟ ପରେ ସେ ଓ ତା’ର ୩ ସହଯୋଗୀଙ୍କ ସହ ମିଶି ମହିଳାଙ୍କୁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଟେକି ନେଇଥିଲେ। ଏହାପରେ ତାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ସେମାନଙ୍କ କବଳରୁ ମୁକ୍ତି ପାଇ ସେଠାରୁ ଚାଲି ଆସିଥିଲେ । ଏହାପରେ ସେ ତୁରନ୍ତ ପରିବାର ଲୋକଙ୍କ ପାଖରେ ପହଞ୍ଚି ଏହି ସବୁ ବିଷୟରେ କହିଥିଲେ। ପରିବାର ଲୋକ ପୁଲିସ୍‌ ପାଖରେ ପହଞ୍ଚିବା ପରେ ଘଟଣାର ଖୋଳତାଡ଼ କରିଥିଲେ। ଅନ୍ୟପଟେ ମହିଳାଙ୍କର ଡାକ୍ତରୀ ମାଇନା କରାଯିବା ସହ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ଅଧିକ ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍‌ର ଛାନ୍‌ଭିନ୍‌ ଚାଲିଛି ।

   Related Posts