Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କାମୁକ ବୃଦ୍ଧଙ୍କ ଜଘନ୍ୟ କାଣ୍ଡ: ୫୫ ବର୍ଷରେ ୧୩ ବର୍ଷର ଝିଅକୁ ବାହା ହେବାକୁ ଚାହୁଁଥିଲା, ବିରୋଧ କରିବାରୁ ସମ୍ପର୍କୀୟକୁ ମାରିଲା

28/07/2020 at 10:17 PM

ଭୁବନେଶ୍ୱର,୨୮|୦୭: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ଜଣେ ୫୫ ବର୍ଷୀୟ ବୃଦ୍ଧ ମାତ୍ର ୧୩ ବର୍ଷର ଝିଅକୁ ଜୋର୍ ଜବରଦସ୍ତି ବିବାହ କରିବାକୁ ଚାହୁଁଥିଲେ । ଏଥିରେ ବାଧା ଦେବାକୁ ଝିଅର ଜଣେ ସମ୍ପର୍କୀୟକୁ ବୃଦ୍ଧ ଜଣଙ୍କ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସୂଚନାନୁସାରେ, ଅର୍ଜୁନ ନାମକ ଜଣେ ବୃଦ୍ଧ ଏକ କନଷ୍ଟ୍ରକସନ୍ କମ୍ପାନୀରେ କାମ କରନ୍ତି । ସେଠାରେ ରାମବାବୁ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ କାମ କରନ୍ତି । ରାମବାବୁଙ୍କ ସମ୍ପର୍କୀୟ ଝିଆରୀକୁ ଦେଖି ଅର୍ଜୁନ ବିବାହ କରିବାକୁ ଚାହିଁଥିଲେ । ଏପରିକି ରାମବାବୁଙ୍କ ଉପରେ ଚାପ ମଧ୍ୟ ପକାଉଥିଲେ । ଏଥିରେ ରାମବାବୁ ଅମଙ୍ଗ ହେବା ସହ ଅର୍ଜୁନଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହା ସତ୍ତ୍ୱେ ଅର୍ଜୁନ ନାବାଳିକାଜଣଙ୍କୁ ଜବରଦସ୍ତି ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ରାମବାବୁ ଏଥିରେ ବାଧା ଦେଇଥିଲେ । ଫଳରେ ଅର୍ଜୁନକୁ ରାମବାବୁ ସୋମବାର ରାତିରେ ଏକ ରଡରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା ।

ତେବେ ହତ୍ୟାକାଣ୍ଡ ଭିଆଇବା ପରେ ଅର୍ଜୁନ ଫେରାର ହୋଇଯାଇଛି । ପୋଲିସ ଅର୍ଜୁନକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

   Related Posts