Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଭୟଙ୍କର ହେଉଛି କରୋନା ସଂକ୍ରମଣ : ଭାଙ୍ଗିଲା ସବୁ ରେକର୍ଡ, ୨୪ ଘଣ୍ଟାରେ ୫୫ ହଜାର ସଂକ୍ରମିତ, ୭୭୯ ମୃତ

31/07/2020 at 11:52 AM

ନୂଆଦିଲ୍ଲୀ ୩୧।୭: କରୋନା ଭାଇରସ୍ ଦେଶରେ ହଇଚଇ ସୃଷ୍ଟି କରୁଛି । ଏହାର ଗତି ଆହୁରି ଭୟଙ୍କର ହୋଇପଡିଛି । କରୋନା ଭାଇରସ୍ ଶୁକ୍ରବାର ଦିନ ଗୋଟିଏ ଦିନର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ପଜିଟିଭ ସଂଖ୍ୟା ୫୫ ହଜାର ଅତିକ୍ରମ କରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୫,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୯ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ କରୋନା ଭାଇରସ୍ ଗୋଟିଏ ଦିନରେ ସବୁଠାରୁ ବଡ ରେକର୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫,୦୭୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାର ହୋଇଛି । କୋରନା ସଂକ୍ରମିତଙ୍କ ସଂଖ୍ୟା ୧୬,୩୮,୮୭୧  ରହିଛି । ଏଥି ସହିତ ଏପର୍ଯ୍ୟନ୍ତ ୩୫୭୪୭ ଲୋକ ପ୍ରାଣ ହରାଇଛନ୍ତି । ଏହା ସହିତ ୧୦,୫୭,୮୦୬ କରୋନାରୁ ସୁସ୍ଥ ହୋଇଛନ୍ତି ।

କରୋନା ଭାଇରସ୍ କାରଣରୁ ମୃତ୍ୟୁ ମାମଲାରେ ଭାରତ ବିଶ୍ବରେ ପାଞ୍ଚ ନମ୍ବର ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ କେବଳ ୪ଟି ଦେଶ ଭାରତଠାରୁ ଆଗରେ ଅଛନ୍ତି । ଯେଉଁଥିରେ ଆମେରିକା, ବ୍ରାଜିଲ, ବ୍ରିଟେନ୍ ଏବଂ ମେକ୍ସିକୋ ଅନ୍ତର୍ଭୁକ୍ତ । ଯୁକ୍ତରାଷ୍ଟ୍ରର ଯେଉଁଠାରେ କରୋନା ଭାଇରସ୍ ହେତୁ ୧୫୫୦୬୭ ଜଣଙ୍କର ମୃତ୍ୟୁ ଘଟିଛି, ବ୍ରିଟେନରେ ୪୫୯୯୯ ଜଣ, ବ୍ରାଜିଲରେ ୯୧୩୭୭ ଏବଂ ମେକ୍ସିକୋରେ ୪୫୩୬୧ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟର ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଜୁଲାଇ ମାସରେ ଭାରତରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଥମ ୪ ମାସରେ ଦେଶରେ ମୋଟ୍ ୫.୬୮ ଲକ୍ଷ କରୋନା ମାମଲା ରହିଥିଲା । ଏଥିସହିତ ଆଜି ଏହାର ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଛି।

   Related Posts