ଛିଡିଲା ୩୩ କେଭି ବିଦ୍ୟୁତ୍ ତାର : ୫ ଘଣ୍ଟା ଅନ୍ଧାରରେ ୫୫ ହଜାର ଉପଭୋକ୍ତା, ପୋଡିଗଲା ଫ୍ୟାନ୍, ଟିଭି, ମଟର ଓ ୱାସିଂମେସିନ
15/03/2020 at 4:52 PM

ସୋର ୧୫।୩: ଛିଡିଲା ୩୩ କେଭି ବିଦ୍ୟୁତ୍ ତାର । ୫୫ ହଜାର ଉପଭୋକ୍ତା ୫ ଘଣ୍ଟା ଅନ୍ଧାରରେ ରହିଲେ । ପୋଡିଗଲା ଶହଶହ ଫ୍ୟାନ, ଟିଭି, ମଟର ଓ ୱାସିଂମେସିନ ।
ଶନିବାର ରାତି ୮ଟାରେ ସୋର କୁପାରୀ ରାସ୍ତା ସରଶଙ୍ଖଠାରେ ୩୩ କେଭି ବିଦ୍ୟୁତ୍ ତାର ଛିଡି ଏଲଟି ତାର ଉପରେ ପଡିବାରୁ ସିମୁଳିଆ, ସୋର ଓ ଖଇରା ଅଞ୍ଚଳର ୫୫ ଉପଭୋକ୍ତା ରାତି ୮ଟାରୁ ରାତି ୧ଟା ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲେ । ୩୩ କେଭି ବିଦ୍ୟୁତ୍ ତାର ଛିଡି ଏଲଟି ତାର ଉପରେ ପଡିବାରୁ ସିମୁଳିଆ, ସୋର ଓ ଖଇରା ଅଞ୍ଚଳର ଉପଭୋକ୍ତା ମାନଙ୍କର ଶହଶହ ଫ୍ୟାନ, ଟିଭି, ମଟର ଓ ୱାସିଂ ମେସିନ ପୋଡିଯାଇଛି। ସୋର ବିଦ୍ୟୁତ୍ ବିଭାଗ କର୍ମଚାରୀ ନଆସିବାରୁ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ ଓ ୧୦ କର୍ମଚାରୀ ରାତି ସାରା ମରାମତି କରିଥିଲେ। ବିଦ୍ୟୁତ୍ ବିଭାଗର ଅବହେଳାରୁ ଉପଭୋକ୍ତାମାନେ କ୍ଷତି ସହୁଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।