୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ, କିଛି ସ୍ଥାନରେ ହୋଇଛି ଭୋଟ ବର୍ଜନ: ସିଇଓ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର୧୧|୪: ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି । ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ପୋସିସ ମହାନିର୍ଦ୍ଦେଶକ । ତେବେ କେତେକ ସ୍ଥାନରେ ଭୋଟରମାନେ ଭୋଟ ବର୍ଜ୍ଜନ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଇଭିଏମ ବେଶ ଭଲଭୀାବେ କାମ କରିଥିବାନେଇ ସିଇଓ ସୁରେନ୍ଦ୍ରକୁମାର ସନ୍ତୋଷ ପ୍ରକାଶ କରିଛନ୍ତି ।  

ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି , ନବରଙ୍ଗପୁର ଓ କୋରାପୁଟର ସମେତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଆଜି ମତଗ୍ରହଣ ହୋଇଛି । ମପ୍ରଥମ ପର୍ଯ୍ୟାୟର ୨୦ଟି ବିଧାନସଭା ନିର୍ବାଚନମଣ୍ଡଳିକୁ ମାଓ ପ୍ରବଣ ଭାବେ ଚିହ୍ନଟ କରାଯାଇଥିଲା । ତେବେ ଏହିସବୁ ନିର୍ବାଚନମଣ୍ଡଳିରେ ସିଆରପିଏଫ ସଜାଗ ରହିଛି । ଏଠାରେ ମତଦାନ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ହୋଇଛି ବୋଲି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.