Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରୁ ୫୫ଗ୍ରାମ ବ୍ରାଉନ୍‌ସୁଗାର ଜବତ ; ଜଣେ ଗିରଫ

30/01/2019 at 4:15 PM

କଟକ ୩୦|୧: କଟକରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ବାରଙ୍ଗ ନିକଟରେ ପାଟ୍ରୋଲିଂ ଓ ଯାଞ୍ଚ କରୁଥିବା ସମୟରେ ୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଇନିସପେକ୍ଟର ବୈଜୟନ୍ତୀ ପଣ୍ଡା କହିଛନ୍ତି ।

ସୂଚନା ଅନୁସାରେ ବାରଙ୍ଗ ରେଳ ଷ୍ଟେସନ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଯୁବକଙ୍କୁ କାବୁ କରି ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୫୫ ଗ୍ରାମର ବ୍ରାଉନସୁଗାର ପୁଡିଆ ମିଳିଥିଲା । ଯୁବକ ଜଣକ ଏଲ୍ ଇ ଡି ବଲବ ଭିତରେ ଏହି ଗଞ୍ଜେଇ ପୁଡିଆକୁ ଲୁଚାଇ ଚୋରା ଚାଲାଣ କରୁଥିଲେ । ବାରଙ୍ଗ ଓ ଭୁବନେଶ୍ବରର କିଛି ପ୍ରତିଷ୍ଠିତ ଇଞିନିୟରିଂ କଲେଜ ଛାତ୍ରମାନଙ୍କୁ ଅଭିଯୁକ୍ତ ରମେଶ ବେଉରା ବ୍ରାଉନସୁଗାର ବିକ୍ରି କରୁଥିଲେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ରମେଶ ବେଉରା ପୂର୍ବରୁ ମଧ୍ୟ ମଞ୍ଚେଶ୍ବର ଥାନା ପୋଲିସ ଓ କୁଇକ୍ ଆକ୍ସନ୍ ଟିମ୍ ଦ୍ବାରା ବ୍ରାଉନସୁଗାର ଚୋରାଚାଲାଣ ବେଳେ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

   Related Posts