ମହାପ୍ରଭୁଙ୍କ ପାଣ୍ଠି ନେଇ ଚିନ୍ତା : ୟେସ୍ ବ୍ୟାଙ୍କରେ ଥିବା ୫୪୫କୋଟି ଟଙ୍କା ଉଠିବ କେମିତି ?

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୬।୩: ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ଉପରେ କଟକଣା ଲାଗିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଜମା ପାଣ୍ଠି ବୁଡିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଜଗନ୍ନାଥପ୍ରେମୀଙ୍କୁ ଏହା ଚିନ୍ତାରେ ପକାଇଛି। ଏତେ ପରିମାଣର ଜମା ଟଙ୍କା ଏହି ବ୍ୟାଙ୍କ ପାଖରୁ କିପରି ଫେରସ୍ତ ଆସିବ, ତାକୁ ନେଇ ଚିନ୍ତା ବଢିଛି। ଯେଉଁମାନେ ଏତେ ପରିମାଣର ଟଙ୍କା ଏହି ଘରୋଇ ବ୍ୟାଙ୍କରେ ଜମା ଦେଇଥିଲେ, ସେମାନଙ୍କୁ ଦାୟୀ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।

{"id":233663,"sizeSlug":"large"}

ମହାପ୍ରଭୁଙ୍କ ଏହି ଜମାଟଙ୍କାରୁ ମନ୍ଦିର ଚଳେ । ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ, ସମସ୍ତେ ଦରମା ନିଅନ୍ତି । ଯଦି ଟଙ୍କା ବୁଡ଼ିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

{"id":233664,"sizeSlug":"large"}

ଗତ ଫେବୃଆରୀ ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍  ବ୍ୟାଙ୍କକୁ ନେଇ ତୁମ୍ବିତୋଫାନ ହୋଇଥିଲା । ଜାତୀୟକରଣ ବ୍ୟାଙ୍କକୁ ଅଣଦେଖା କରି କାହିଁକି ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଜମା ରଖାଗଲା ବୋଲି ପରିଚାଳନା କମିଟି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ପାଣ୍ଠି ଜମା ଆକାରରେ କେଉଁ ପରସ୍ଥିତିରେ ଦିଆଗଲା, ତାହାର ତଦନ୍ତ କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟମାନେ ଦାବି କରିଥିଲେ । ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ କାହିଁକି ନିଆଗଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ।

{"id":233665,"sizeSlug":"large"}

ଏବେ ୟେସ୍ ବ୍ୟାଙ୍କର ଯେଉଁ ସ୍ଥିତି ତାହା ଆଶଙ୍କା ସୃଷ୍ଟି କରିଛି। କାରଣ ଦେବାଳିଆ ସ୍ଥିତି ପରେ ୟେସ ବ୍ୟାଙ୍କ ଏବେ ଉଠାଣରେ ୩୦ ଦିନିଆ କଟକଣା ଲଗାଇଛି। ୟେସ ବ୍ୟାଙ୍କ ଉପରେ କଟକଣା ପରେ ସେୟାର ମାର୍କେଟ୍ ମଧ୍ୟ ଖସି ଯାଇଛି ।

{"id":233666,"sizeSlug":"large"}

ୟେସ୍ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠା ଯାଇପାରିବ ବୋଲି RBI ନିୟମ କରିବା ପରେ ଏବେ ଗ୍ରାହକ ଛାନିଆ ହୋଇ ପଡିଛନ୍ତି । ମହାରାଷ୍ଟ୍ର ଏବଂ ରାଜସ୍ଥାନ ସମେତ ଦେଶର ବିଭିନ୍ନ ଏଟିଏମରେ ରାତି ଅଧରୁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ୍ ଦେବାଳିଆ ହୋଇଯିବା ଏହାର ବୋର୍ଡକୁ ଭାଙ୍ଗି RBI ନିଜ ଅକ୍ତିଆରକୁ ନେଇ ଯାଇଛି । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ଫାଇନାନ୍ସ ଅଫିସର ପ୍ରଶାନ୍ତ କୁମାରଙ୍କୁ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରିଛି RBI । ଏପଟେ ୟେସ୍ ବ୍ୟାଙ୍କ ଗ୍ରାହକମାନେ ଚିନ୍ତାରେ ପଡିଛନ୍ତି । ୟେସ୍ ବ୍ୟାଙ୍କର ଅନେକ ଏଟିଏମ୍  କାମ କରୁନି, ଅନେକ ଏଟିଏମ୍ ରେ ସଟର ପଡି ଯାଇଥିବା ବେଳେ ଅନେକ ଏଟିଏମ୍ ରେ ଟଙ୍କା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.