ରିଙ୍ଗ୍‌କୁ ଫେରିବେ 'ଦି ବ୍ୟାଡେଷ୍ଟ୍ ମ୍ୟାନ୍ ଅଫ୍ ଦି ପ୍ଲାନେଟ୍', ସେହି ପଞ୍ଚ୍‌ରେ ଅଛି ତ ନକଆଉଟ୍‌ର ଦମ୍ ?

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ, ୨୫|୦୭:   ଏକଦା ତାଙ୍କୁ ବିଶ୍ୱର ସବୁଠାରୁ ଖରାପ୍ ବ୍ୟକ୍ତି କୁହାଯାଉଥିଲା । ସେ ଭାଙ୍ଗିଛନ୍ତି ଏକାଧିକ ରେକର୍ଡ । ପିପିଭି ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି । ସଦାବେଳେ ବିବାଦରେ ରହୁଥିବା ଏହି ବକ୍ସରଙ୍କ ଗୋଟିଏ ପଞ୍ଚରେ ଚିତପଟାଙ୍ଗ୍ ମାରୁଥିଲେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ । ସେ ହେଉଛନ୍ତି ମାଇକ୍ ଟାଇସନ୍ ।

ପୂର୍ବତନ ଓ୍ୱାର୍ଲଡ୍ ହେଭିଓ୍ୱେଟ୍ ଚାମ୍ପିଅନ୍ ମାଇକ୍ ଟାଇସନ୍ ୫୪ ବର୍ଷରେ ପୁଇ ବକ୍ସିଂ ରିଙ୍ଗକୁ ଫେରିବାକୁ ଯାଉଛନ୍ତି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଆସନ୍ତା ସେପ୍ଟେମ୍ବର ୧୨ରେ ବିଶ୍ୱ ବିଜେତା ରୟ ଜୋନସଙ୍କ ସହ ମୁହାଁମୁହିଁ ହେବେ ବୋଲି ମଧ୍ୟ କହିଛନ୍ତି ।

wp:html
/wp:html

ସେ ନିଜ ଇନଷ୍ଟାଗ୍ରାମ୍ ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବକ୍ସିଂ କରୁଥିବା ନଜର ଆସିଛି । ଆସନ୍ତା ସେପ୍ଟମ୍ବରରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ ହେଲଥ୍ ସ୍ପୋର୍ଟ ପାର୍କରେ ଅନୁଷ୍ଠିତ ହେବ । ଏହାକୁ ସୋସିଆଲ ମିଡିଆରେ ଦେଖିହେବ । କିନ୍ତୁ ଏଥିପାଇଁ ପେମେଣ୍ଟ ମଧ୍ୟ କରିବାକୁ ହେବ ।

ଟାଇସନ୍ ୨୦୦୫ରେ କେଭିନ୍ ମ୍ୟାକବ୍ରାଇଡଙ୍କଟୁ ପରାସ୍ତ ହୋଇ ବକ୍ସିଂରୁ ବିଦାୟ ନେଇଥିଲେ । ସେ ୧୯୮୬ରେ ମାତ୍ର ୨୦ ବର୍, ବୟସରେ ବକ୍ସିଂରେ ପଦାର୍ପଣ କରିଥିଲେ । ସେ ୫୮ଟି ଫାଇଟରୁ ୫୦ରେ ବିଜୟୀ ହୋଇ ବକ୍ସିଂକୁ ଅଲବିଦା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.