Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବଚ୍ଚନ ପରିବାରର ୪ଜଣ କରୋନା ଚିହ୍ନଟ ପରେ କ୍ଵାରେଣ୍ଟାଇନରେ ୫୪ କର୍ମଚାରୀ

12/07/2020 at 5:10 PM

ମୁମ୍ବାଇ ୧୨/୦୭ : ଅମିତାଭ ବଚ୍ଚନଙ୍କ ପରିବାରରେ କାମ କରୁଥିବା ୨୮ ଜଣଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଏମାନେ ବଚ୍ଚନ ପରିବାରରେ କାମ କରନ୍ତି ଏବଂ ପରିବାର ସଦସ୍ୟଙ୍କ ଡାଇରେକ୍ଟ କଣ୍ଟ୍ରାକ୍ଟରେ ଥିଲେ | ହାଇ ରିସ୍କ କଣ୍ଟ୍ରାକ୍ଟ ହୋଇଥିବାରୁ ଜଲସା ଓ ଜନକ ବଙ୍ଗଳାରେ ଏମାନଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଖୁବ ସିଂହ ଏହି ୨୮ ଜଣଙ୍କ କରୋନା ଯାଞ୍ଚ କରାଯିବ | ଏମାନଙ୍କ ଛଡା ଯେଉଁ ୨୬ କର୍ମଚାରୀ ଲୋ-ରିସ୍କ କଣ୍ଟ୍ରାକ୍ଟରେ ଅଛନ୍ତି ସେମାନଙ୍କୁ ହୋମ କ୍ଵାରେଣ୍ଟାଇନ କରାଯାଇଛି |

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବଚ୍ଚନ ପରିବାରର ଲୋକଙ୍କ ନାମ ଗୋପନ ରଖାଯାଇଛି ଏବଂ ନାଁ ଖୁଲାସା କରାଯିବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ | ସେଥିପାଇଁ ଟ୍ୱିଟ ହଟାଇ ଦିଆଯାଇଛି |

ବିଏମସି ଜାରି କରିଥିବା ବୟାନରେ କୁହାଯାଇଛି ଯେ, ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | ବଚ୍ଚନ ପରିବାରର ଫ୍ୟାମିଲି ଡାକ୍ତର ସ୍ଥିତି ଆକଳନ କରି କହିବେ ଯେ ଐଶ୍ୱର୍ଯ୍ୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ନା ନୁହେଁ | ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସାକୁ ସାନିଟାଇଜ କରାଯାଉଛି |

   Related Posts