ରାଜ୍ୟର ୫୪ ପ୍ରତିଶତ ଲୋକ ପଞ୍ଚମ ଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି !

Published By : Prameya-News7 Bureau | November 17, 2018 IST

ଭୁବନେଶ୍ୱର ୧୭/୧୧ : କମିନି ନବୀନଙ୍କ ଲୋକପ୍ରିୟତା । ଚାରି ୪ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜ୍ୟବାସୀ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ୫୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଚାହୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାହୁଁଛନ୍ତି ୨୪ ପ୍ରତିଶତ ଲୋକ । ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏଭଳି ସର୍ଭେ ରିପୋର୍ଟକୁ କଂଗ୍ରେସ କେବଳ ଆକଳନ ବୋଲି  କହୁଥିବା ବେଳେ ଏହାକୁ ପ୍ରାୟୋଜିତ ବୋଲି କହିଛି ବିଜେପି ।  ସେପଟେ ବିଜେଡିର ଜବାବ୍‌ ଲୋକେ ବିଜେଡି ସହ ଅଛନ୍ତି ଆଉ ସର୍ଭେ ରିପୋର୍ଟ ବିଜେଡିର ଲୋକ ପ୍ରିୟତାର ପ୍ରମାଣ । ରାଜ୍ୟର ୫୪ ପ୍ରତିଶତ ଲୋକ ପଞ୍ଚମ ଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ୨୩ ପ୍ରତିଶତ ଲୋକ ନବୀନ ଓ ବିଜେଡି ସରକାର ଉପର ସନ୍ତୁଷ୍ଟ ଅଛନ୍ତି । ଇଣ୍ଡିଆ ଟୁଡେ ନଭେମ୍ବର ମାସର ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେରେ ଏମିତି ରିପୋର୍ଟ ପ୍ରକାଶ ପାଇଛି । ୨୯ ପ୍ରତିଶତ ଲୋକ ସରକାରଙ୍କ ଉପରେ କେତେକାଂଶରେ ଖୁସିଥିବା ବେଳେ ୨୨ପ୍ରତିଶତ ଲୋକ ସରକାରଙ୍କ ଉପରେ ନାଖୁସ ଥିବା ଦର୍ଶାଇଛି ଇଣ୍ଡିଆ ଟୁଡେ । ବିଜେଡି ଲୋକଙ୍କ ସହ ଅଛି ଓ ଏହା ହିଁ ସର୍ଭେରେ ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ଦଳୀୟ ନେତା । ରାଜ୍ୟରେ ସାଧାରଣ ନିର୍ବାଚନ ମାହୋଲ ତିଆରି ହେଉଥିବାବେଳେ ଜାତୀୟ ଗଣମାଧ୍ୟର ଏହି  ସର୍ଭେ ରାଜ୍ୟ ରାଜନୀତିକୁ ଗରମ କରୁଛି । ବିଜେପି କହିଛି ଟଙ୍କା ଖର୍ଚ୍ଚ କରି ନିଜକୁ ନମ୍ବର ଓ୍ବାନ କରାଇବାରେ କିଛି ବାହାଦୁରୀ ନାହିଁ,  ଏହା କେବଳ ପ୍ରାୟୋଜିତ । ଲୋକେ ଏବେ ମୁଡ ବନେଇଛନ୍ତି ସରକାର ଏଥର ବଦଳିବା ନିଶ୍ଚିତ ବୋଲି ବିଜେପି ଦାବି କରୁଥିବା ବେଳେ କଂଗ୍ରେସ ଏଭଳି ସର୍ଭେକୁ କେବଳ ଆକଳନ ବୋଲି କହି ଆଡ଼େଇ ଦେଇଛି । ହେଲେ ବିଜେଡିର ଜବାବ ଯାହା ବିରୋଧୀଙ୍କୁ ନ ସୁହାଇବ ତାହାକୁ ପ୍ରାୟୋଜିତ କରିବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି । ସାଧାରଣ ନିର୍ବାଚନ ପୂର୍ବରୁ ଲୋକପ୍ରିୟତା ଓ ହାରଜିତକୁ ନେଇ ସାମ୍ନାକୁ ଆସୁଛି ଏକାଧିକ ସର୍ଭେ ରିପୋର୍ଟ । ଯାହା ରାଜ୍ୟ ରାଜନୀତିକୁ  ସରଗରମ କରୁଛି ସତ ହେଲେ ପ୍ରକୃତରେ କାହାର କେତେ ଲୋକପ୍ରିୟତା  ସେକଥା ଓଡ଼ିଶାର ଭୋଟର ଭଲଭାବେ ଜାଣିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.