Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

6/03/2021 at 11:25 AM

ଭୁବନେଶ୍ବର ୦୬।୦୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୭୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୩ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୦ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୭୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୦୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୪୯୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୮୪୫୧୩୯୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts