Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲଟେରୀ ଡ୍ର ହେବାର ୨ ମାସ ବିତିଲାଣି, ୫୮ ମିଲିୟନ ପାଉଣ୍ଡ ବିଜେତାଙ୍କୁ ଏପର୍ଯ୍ୟନ୍ତ ମିଳିନି ପୁରସ୍କାର ରାଶି

18/05/2020 at 6:52 PM

ସାଉଥ୍ ଆୟରଶାୟର:  ବ୍ରିଟିଶ ଇୟୁରୋ ମିଲିୟନସ୍ ଲଟେରୀ ଡ୍ରର ୨ ମାସ ପରେ ବି ବିଜେତାଙ୍କୁ ତାଙ୍କ ପୁରସ୍କାର ରାଶି ମିଳିନାହିଁ। ପୁରସ୍କାର ଘୋଷଣା ପରେ ନିଜ ନମ୍ବର ମିଳାଇ ବିଜେତା ପୁରସ୍କାର ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷ ତାଙ୍କ କ୍ଲେମ ସେଟେଲ କରିବା ବଦଳେ ପୁରସ୍କାରକୁ ଅନକ୍ଲେମ ଘୋଷଣା କରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଲଟେରୀର ପ୍ରଥମ ବିଜେତାଙ୍କୁ ୫୮ ମିଲିୟନ ପାଉଣ୍ଡ ପ୍ରଦାନ କରାଯିବ।

୫୮ ମିଲିୟନ ପାଉଣ୍ଡ କିଛି କମ୍‌ କଥା ନୁହେଁ। ବିଜେତାଙ୍କ ଜୀବନ ପରିବର୍ତ୍ତନ କରିଦେବ ଏହି ପୁରସ୍କାର। ତେବେ  ମାର୍ଚ୍ଚ ୧୭ତାରିଖ ପୁରସ୍କାର ଘୋଷଣା ଦିନ ନିଜ ନମ୍ବର ମିଳାଇ ବିଜେତା ତାଙ୍କର ପୁରସ୍କାର ଦାବି କରିଥିଲେ। ତେବେ ଦୀର୍ଘ ୨ ମାସ ପରେ ବି ନ୍ୟାସନାଲ ଲଟେରୀ ୱେବ୍‌ ସାଇଟ୍‌ରେ ପୁରସ୍କାର ଅନ କ୍ଲେମଡ ଅଛି। ତେବେ ପୁରସ୍କାର ଗୋଟିଏ ଦିନରେ ଦିଆଯାଇପାରିବ ବୋଲି ଲଟେରୀ କର୍ତ୍ତୃପକ୍ଷଙ୍କ ଜନୈକ ସଦସ୍ୟ କହିଛନ୍ତି। ହେଲେ ଆମେ ଏବେବି ୨ ମାସ ପୂର୍ବ ସ୍ଥାନରେ ଥିବା ସୂଚିତ କରିଛନ୍ତି। ଅର୍ଥାତ ଲଟେରି ବାବଦ ପୁରସ୍କାରକୁ ସମ୍ପୂର୍ଣ୍ଣ ଅଟକାଇ ଦିଆଯାଇଛି।

ତେବେ ଗତମାସରେ ଜ୍ୟାକପଟ୍ ବିଜେତାଙ୍କୁ ସାମ୍ନାକୁ ଆସିବା ଲାଗି ନିବେଦନ କରାଯାଇଥିଲା। ଲଟେରୀ ପରିଚାଳକମାନେ ଏହି ଟିକେଟ୍ ସାଉଥ୍ ଆୟରଶାୟରରୁ କେହି କିଣିଥିବା କହିଛନ୍ତି। ସେମାନଙ୍କ କହିବା ଅନୁସାରେ କେହି ଜଣେ ଏପ୍ରିଲ ୧୭ ତାରିଖ ଦିନ ପୁରସ୍କାର ଦାବି କରିଥିଲେ। ସଂଯୋଗବସତଃ ସେହି ଦିନ ରୋଚ୍‌ଡାଲେ ଲ୍ୟାଙ୍କସର ଜନୈକ ଅନାମଧ୍ୟେୟ ବ୍ୟକ୍ତି ୫୮ ନିୟୁତ ପୁରସ୍କାର ଦାବି କରିବା ଲଟେରୀ ପରିଚାଳକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏବେ ଲଟେରୀର ବାସ୍ତବ ଦାବିଦାରଙ୍କ ଚିହ୍ନଟ କରି ତାଙ୍କୁ ପୁରସ୍କୃତ କରିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଟିକେଟ ସତ୍ୟାପନ ପରେ ହିଁ ଯାହା କିଛି କରାଯାଇପାରିବ ବୋଲି କାର୍ଯ୍ୟକର୍ତ୍ତା କହିଛନ୍ତି। ତେବେ ଲୋଟୋ ଅପରେଟର ଅତୀତରେ ଏକ ୪ ମିଲିୟନ ପାଉଣ୍ଡ ଲଟେରୀ ବିଜେତାଙ୍କୁ ଅଗ୍ରାହ୍ୟ କରିଦେଇଥିବାର ନଜିର ମଧ୍ୟ ରହିଛି।

   Related Posts