ଇଥିଓପିଆରେ ୫୪ଜଣଙ୍କୁ ହତ୍ୟା କଲେ ବିଦ୍ରୋହୀ ସମୂହ : ଜାଳିଦେଲେ ୨୦ରୁ ଅଧିକ ଘର

Published By : Prameya-News7 Bureau | November 04, 2020 IST

ଆଫ୍ରିକୀୟ ଦେଶ ଇଥିଓପିୟାରେ ଏକ ସଶସ୍ତ୍ର ବିଦ୍ରୋହୀ ସମୂହ ୩ଟି ଗାଁ ଉପରେ ଆକ୍ରମଣ କରିଛନ୍ତି ଏବଂ ଅତି କମରେ ୫୪ଜଣଙ୍କୁ ହତ୍ୟା କରିଛନ୍ତି। ବନ୍ଧୁକଧାରୀମାନେ ଓରୋମିୟା କ୍ଷେତ୍ର ସ୍ଥିତ ଅହ୍ମରା ଜାତୀୟ ସମୂହକୁ ଟାର୍ଗେଟ୍ କରିଥିଲେ ଏବଂ ସେମାନଙ୍କ ୨୦ରୁ ଅଧିକ ଘରକୁ ଜଳାଇ ଦେଇଥିଲେ।

ଘଟଣାଟି ରବିବାର ଘଟିଥିଲା କିନ୍ତୁ ଗାଁ ଅଞ୍ଚଳ ହୋଇଥିବାରୁ ଏହା ବିଷୟରେ ପରଦିନ ସୋମବାର ଜଣା ପଡ଼ିଥିଲା । ଓରୋମୋ ଲିବେରେସନ ଫ୍ରଣ୍ଟ୍ ନାମକ ସମୂହ ସଶସ୍ତ୍ର ଆକ୍ରମଣକାରୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏଅଞ୍ଚଳରୁ ୭୫୦ବ୍ୟକ୍ତିଙ୍କୁ ବିସ୍ଥାପିତ କରାଯାଇଛି।

ଓଏଲଏଫ ଶେନ ଓରୋମୋ ଲିବେରେସନ ଫ୍ରଣ୍ଟରୁ ଅଲଗା ହୋଇଯାଇଛି। ଓରୋମୋ ଲିବେରେସନ ଫ୍ରଣ୍ଟ୍ ଶେନ ଏକ ବିରୋଧୀ ପାର୍ଟି ଯାହା ଦୀର୍ଘ ବର୍ଷରୁ ନିର୍ବାସନରେ ରହିଥିଲା କିନ୍ତୁ ୨୦୧୮ମସିହାରେ ପ୍ରଧାନମନ୍ତ୍ରୀ ଅବି ଅହମଦଙ୍କ ସତ୍ତା ସମ୍ଭାଳିବା ପରେ ଏହାକୁ ଇଥିଓପିୟାରେ ଫେରିବାକୁ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.