Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଗାଁରୁ ଚିହ୍ନଟ ହେଲେ ୫୪ କରୋନା ଆକ୍ରାନ୍ତ, ୧୪ ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲେ ଜିଲ୍ଲାପାଳ

3/06/2021 at 9:02 AM

ମୁନିଗୁଡ଼ା ୦୩।୦୬: ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ରାୟଗଡ଼ା ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ଶିବପଦର ପଞ୍ଚାୟତ ହାତୀପଦର ଗାଁରୁ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର କଠୋର ପଦକ୍ଷେପ । ଆଗାମୀ ୧୪ ଦିନ ଯାଏଁ ଗାଁକୁ କଣ୍ଟେନମେଣ୍ଡ ଜୋନ୍‌ ଭାବେ ଘୋଷଣା କରିଛି ପ୍ରଶାସନ ।

ଖବର ଅନୁଯାୟୀ,  ବୁଧବାର ଦିନ ରାୟଗଡା ଜିଲ୍ଲାରେ ୨୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ କେବଳ ମୁନିଗୁଡା ବ୍ଲକରେ ସର୍ବାଧିକ ୯୦ ଜଣ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ଶିବପଦର ପଞ୍ଚାୟତର ହାତୀପଦର ଗାଁରେ ୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାପାଳ ଏହି ଗାଁକୁ ୧୪ ଦିନ ପାଇଁ  କଣ୍ଟେନମେଣ୍ଟ ଅଞ୍ଚଳରେ ଭାବରେ ଘୋଷଣା କରିଛନ୍ତି । ମେ  ୨୯ ତାରିଖରେ ଏହି ଗାଁର ୧୦୦ ଜଣଙ୍କ ସ୍ବାବ RTPCR ପାଇଁ ପଠାଯାଇଥିଲା ସେଥିମଧ୍ୟରୁ ୫୪ ଜଣ ପଜିଟିଭ ଚିହ୍ଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ମହିଳା ,  ୨୧ ପୁରୁଷ  ଓ ୨ ଜଣ ଶିଶୁ ରହିଛନ୍ତି  ।

ରିପୋର୍ଟ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଓଷଧ ବଣ୍ଟନ କରିଥିବା ବେଳେ ବିଡିଓ, ତହସିଲଦାର, ଏସଡିପିଓ ଗାଁରେ ପହଞ୍ଚି ଲୋକଙ୍କୁ ସଙ୍ଗରୋଧରେ ରହିବା ପାଇଁ ବୁଝାଇଛନ୍ତି  । ତେବେ ଏହି ସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ସେବା ଓ ଆଇନଶୃଙ୍ଖଳା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଶିବପଦର ସରପଞ୍ଚ ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ।

   Related Posts