ବିହାରରେ ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ ନେଲାଣି ୫୪ ଶିଶୁଙ୍କ ଜୀବନ

Published By : Prameya-News7 Bureau | June 14, 2019 IST

ମୁଜଫରପୁର ୧୪|୬: ବିହାର ମୁଜଫରପୁର ଜିଲ୍ଲାରେ ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ ଯୋଗୁଁ ୫୪ଜଣ ଶିଶୁଙ୍କ ଜୀବନ ଗଲାଣି । ଜାନୁଆରୀରୁ ଏବେ ଯାଏଁ ଏଥିରେ ୧୭୯ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି । ସବୁଠୁ ଆଶ୍ଚର୍ଯ୍ୟ, ଏହି ମୃତ୍ୟୁ ପାଇଁ ଲିଚିକୁ ଦାୟୀ କରାଯାଉଛି । କୁହାଯାଉଛି, ଶିଶୁମାନେ ଖାଲିପେଟରେ ଲିଚି ଖାଇବା ପରେ ଏପ୍ରକାର ସିଣ୍ଡ୍ରୋମ୍ ର ଶିକାର ହୋଇଛନ୍ତି ।

ସବୁଠୁ ବଡ ପ୍ରଶ୍ନ ସତରେ କଣ ଲିଚି ସହ ଏହି ମୃତ୍ୟୁର ସଂପର୍କ ରହିଛି । ଲିଚିରେ ଥିବା ହାଇପୋଗ୍ଲାଇସିନ୍ ଏ ଯୋଗୁଁ ଶରୀରରେ ଫ୍ୟାଟି ଏସିଡ୍ ମେଟାବଲିଜମ୍ ତିଆରି ଉପରେ ପ୍ରଭାବ ପକାଏ । ଏହା ଯୋଗୁଁ ରକ୍ତରେ ବ୍ଲଡ୍ ସୁଗାର ମାତ୍ରା କମିଯାଏ, ଯାହା ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ରାତିରେ ଖାଦ୍ୟ ନଖାଇବା ଫଳରେ ରକ୍ତରେ ବ୍ଲଡ୍ ସୁଗାର ମାତ୍ରା କମିଥାଏ, ଏହା ପରେ ପରେ ଲିଚି ଖାଇଲେ ରକ୍ତରେ ବ୍ଲଡ୍ ସୁଗାର ମାତ୍ରା ବେଶ କମିଯାଏ । ଯାହା  ଆକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମର କାରଣ ହୋଇଥାଏ ।

ବିହାର ମୁଜଫରପୁର ଇଲାକାରେ ଅନେକ ଶିଶୁ କୁପୋଷଣର ଶିକାର ହୋଇଛନ୍ତି । ଏମାନେ ସକାଳେ ଖାଲିପେଟରେ ଲିଚି ଖାଇବା ଯୋଗୁଁ ବିପଦରେ ପଡିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏପରି ସ୍ଥିତିରେ ଖାଲି ପେଟରେ ଶିଶୁଙ୍କୁ ଲିଚି ଖାଇବା ପାଇଁ ନଦେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.