ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ : କେନ୍ଦ୍ରାପଡାରେ ସର୍ବାଧିକ ମତଦାନ

Published By : Prameya-News7 Bureau | April 29, 2019 IST

ଭୁବନେଶ୍ୱର ୨୯/୪ : ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି | ଦିନ ୩ଟା ସୁଦ୍ଧା ଦେଶରେ ୪୦.୪୭ ପ୍ରତିଶତ ମତଦାନ ହୋଇଛି | ବାଲେଶ୍ୱରରେ ୩ଟା ସୁଦ୍ଧା ୫୨.୦୭ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୫୧ ପ୍ରତିଶତ ମତଦାନ ହୋଇଛି | କେନ୍ଦ୍ରାପଡାରେ ୫୬.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ଯାଜପୁରରେ ୫୨ ପ୍ରତିଶତ ମତଦାନ ହୋଇଛି | ଦିନ ୩ଟା ସୁଦ୍ଧା ଜଗତସିଂହପୁରରେ ୪୬.୧୬ ପ୍ରତିଶତ ମତଦାନ ହୋଇଥିବାବେଳେ ମୟୁରଭଞ୍ଜରେ ୫୫ ପ୍ରତିଶତ ମତଦାନ ହୋଇଛି |


ବରି ବିଧାନସଭା ୪ଟି ବୁଥରେ ବୁଥ ରିଗିଙ୍ଗ ଅଭିଯୋଗ ହୋଇଛି | ବୁଥ ନମ୍ବର ୧୫୮, ୧୬୨, ୧୬୩,୧୬୪ ରେ ବୁଥ ରିଗିଙ୍ଗ ହୋଇଥିବା ଅଭିଯୋଗ ହୋଇଛି |


ନିଆଳି ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି | ବୁଥ ନମ୍ବର ୨୨୮, ୨୨୯ରେ ଉତ୍ତେଜନା ଦେଖାଦେଇଛି | ଉତ୍ତେଜନା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.