Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଖବରରେ ଏବେ ଖବରଦାତା : ୫୩ ସାମ୍ବାଦିକ କୋଭିଡ୍-୧୯ ପଜିଟିଭ୍

20/04/2020 at 5:41 PM

ମୁମ୍ବାଇ ୨୦।୪: ଦେଶରେ କରୋନା ଭାଇରସ୍ ଲଗାତର ଭାବେ ତାର କାୟା ବିସ୍ତାର କରିଚାଲିଛି । କରୋନା ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ୍ ଯୋଗୁଁ ୫୪୩ ଲୋକ ପ୍ରାଣ ହରାଇସାରିଲେଣି ।

ମହାରାଷ୍ଟ୍ର ଏବଂ ଦିଲ୍ଲୀରେ କରୋନାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ୪୦୦୦ ଅତିକ୍ରମ କରିସାରିଥିବା ବେଳେ ଦିଲ୍ଲୀରେ ୨୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ଏ ଭିତରେ ଏଭଳି ଏକ ଦୁଃଖ ଖବର ଆସିଛି ଯେ, ସାମ୍ବାଦିକମାନେ ମଧ୍ୟ ଏହି ଭାଇରସ୍ ଦ୍ବାରା ସଂକ୍ରମଣ ହୋଇଛନ୍ତି ।

ମୁମ୍ବାଇରେ ୫୩ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ଜଣ ଫିଲ୍ଡ ରିପୋର୍ଟର ମଧ୍ୟ ଅଛନ୍ତି । ସୋମବାର ସକାଳେ ଏହି ସାମ୍ବାଦିକମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ୧୬ ଅପ୍ରେଲରେ ମୋଟ୍ ୧୬୭ ଜଣ ସାମ୍ବାଦିକଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ସହରରେ ଥିବା ସାମ୍ବାଦିକ ୟୁନିୟନ୍ ପକ୍ଷରୁ ପରୀକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦେଶର ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ କରୋନା ଭାଇରସ୍ (କୋଭିଡ୍-୧୯) ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ୬ଟି ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨୩୧୧ରେ ପହଞ୍ଚିଥିବା ଜଣାପଡିଛି ।

   Related Posts