Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କଟକ ସହରରୁ ପୁଣି ୫୩ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୧୦

10/08/2020 at 4:28 PM

କଟକ, ୧୦|୦୮: କଟକ ସହରରୁ ସୋମବାର ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୩ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୮ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ସ୍ଥାନୀୟ ସଂକ୍ରମିତ ହେଲେ ଫ୍ରେଣ୍ଡସ୍ କଲୋନୀର ୨୮ ବର୍ଷୀୟ ଯୁବକ, ରାଜା ବଗିଚାର ୩୭ ବର୍ଷୀୟ କରୋନା ଯୋଦ୍ଧା, ବାମ୍ଫି ସାହିର ୬୧ ବର୍ଷୀୟ ବୃଦ୍ଧ, କନିକା ଛକର ୩୩ ବର୍ଷୀୟ ଯୁବକ, ଦରଘା ବଜାରର ୫୫ ବର୍ଷୀୟା ମହିଳା, ମହତାବ ନଗରର  ୪୮ ବର୍ଷୀୟ କରୋନା ଯୋଦ୍ଧା, ମଧୂପାଟମାର ୫୨ ବର୍ଷୀୟ ବ୍ୟକ୍ତି, ସିଡିଏ ସେକ୍ଟର ୧୦ର ୫୩ ବର୍ଷୀୟ ବ୍ୟକ୍ତି, ସେକ୍ଟର ୭ର ୩୭ ବର୍ଷୀୟ କରୋନା ଯୋଦ୍ଧା ଓ ସେହେବଜାଦା ବଜାରର ୫୫ ବର୍ଷୀୟ ବ୍ୟକ୍ତି ।

ସୂଚନାଯୋଗ୍ୟ, ଏବେସୁଦ୍ଧା କଟକ ସହରରେ ୧୭୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୧୨ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୭୯୯ଟି ସକ୍ରିୟ କେସ୍ ରହିଛି ।

   Related Posts