କମୁଛି କରୋନା ପ୍ରକୋପ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୫୨୩ ସଂକ୍ରମିତ
8/12/2020 at 5:53 PM

ଭୁବନେଶ୍ଵର ୦୮।୧୨: ଶୀତରେ ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ଆଶଙ୍କା ରହିଥିଲା। ହେଲେ ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁନାହିଁ କରୋନା। ଫଳରେ ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବା ସଭିଙ୍କ ଚିନ୍ତାକୁ ହ୍ରାସ କରିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ୫୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୬, ୯୭୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Another 523 Covid patients have recovered and are being discharged on 08.12.2020
— H & FW Dept Odisha (@HFWOdisha) December 8, 2020
55 from Bolangir
52 from Mayurbhanj
51 from Khordha
47 from Sundargarh
45 from Cuttack
32 from Anugul
29 from Jajapur
26 from Baleswar
24 from Bargarh
24 from Nuapada
21 from Jagatsinghpur
ବିଭାଗ ଅନୁଯାୟୀ, ବଲାଙ୍ଗୀରରୁ ସର୍ବାଧିକ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ମୟୂରଭଞ୍ଜରୁ ୫୨, ଖୋର୍ଦ୍ଧାରୁ ୫୧, ସୁନ୍ଦରଗଡରୁ ୪୭, କଟକରୁ ୪୫, ଅନୁଗୁଳରୁ ୩୨, ଯାଜପୁରରୁ ୨୯, ବାଲେଶ୍ଵରରୁ ୨୬, ବରଗଡରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୧, ସମ୍ବଲପୁରରୁ ୧୬, କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୩, ଗଞ୍ଜାମରୁ ୯, କେନ୍ଦୁଝରରୁ ୯, ରାୟଗଡାରୁ ୯, କୋରାପୁଟରୁ ୮, ନୟାଗଡରୁ ୭, ଭଦ୍ରକରୁ ୬, କଳାହାଣ୍ଡିରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨ ଓ ଦେବଗଡରୁ ୧ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟ ଲାଭ କରିଛନ୍ତି।
The total recovered cases of Odisha now stand at 316970
— H & FW Dept Odisha (@HFWOdisha) December 8, 2020
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି।