୫୨ ବର୍ଷରେ ବି ଗୋରୀ ମେମ୍ ଲାଗନ୍ତି ଏତେ ସୁନ୍ଦର, 'ଲଗାନ'ରେ ଅମୀର ଖାନ୍‌ଙ୍କ ସହ ଆସିଥିଲେ ନଜର

Published By : Prameya-News7 Bureau | January 27, 2022 IST

ମୁମ୍ବାଇ ୨୭।୦୧ : ଅମୀର ଖାନ୍‌ଙ୍କର ୨୦୦୧ରେ ଫିଲ୍ମ 'ଲଗାନ୍' ହଲ୍‌କୁ ଆସିଥିଲା । ଅମୀର ଖାନଙ୍କ ଏହି ପିଲ୍ମର ଭୂମିକା ବେଶ ଶକ୍ତିଶାଳୀ ଓ ଲୋକପ୍ରିୟ ହୋଇଥିଲା । ଅମୀର ଏବଂ ତାଙ୍କ କ୍ରିକେଟ୍ ଟିମ୍‌କୁ ମ୍ୟାଚ୍‌ ଜିତିବାରେ ସାହାଯ୍ୟ କରିଥିଲେ ଆମିରଙ୍କ ଗୋରି ମେମ୍ । ଫିଲ୍ମ 'ଲାଗନ'ର ସମସ୍ତେ ନିଜ ନିଜ ଭୂମିକାର ଅଭିନୟ ପାଇଁ କଠିନ ପରିଶ୍ରମ କରିଥିଲେ । ଫିଲ୍ମଟି ମଧ୍ୟ ଖୁବ୍‌ ଭଲ ହୋଇଥିଲା ଏବଂ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ ଦେଇଥିଲା ।  ସିନେମାଟିରେ ଅଭିନୟ ବେଶ୍‌ ଜୀବନ୍ତ ଥିଲା । ଫିଲ୍ମଟିର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଥିଲା । ଏହି ସମସ୍ତ ଚରିତ୍ର ଗୁଡ଼ିକ ମଧ୍ୟରୁ ଗୋରୀ ମେମ୍‌ଙ୍କ ଚରିତ୍ର ଥିଲା ଅନ୍ୟତମ । ଏହି ଏଲିଜାବେଥ୍ ରସେଲ ଭୂମିକାରେ ଅଭିନୟ କରିଥିବା ରସେଲ ଶେଲଙ୍କ ବିଷୟରେ ଆମେ ଏଠି କହୁଛୁ। ଫିଲ୍ମ ରିଲିଜ୍ ହେବାର ୨୦ ବର୍ଷ ପରେ ମଧ୍ୟ ସେହିପରି ଦେଖାଯାଉଛନ୍ତି ରସେଲ୍‌ । ଏବେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଜଣେ ଜଣେ କୁହନ୍ତି ଯେ ଆଜି ବି ରସେଲ୍‌ ଠିକ୍ ୧୬ ବର୍ଷର ଝିଅ ପରି ଦେଖାଯାଉଛନ୍ତି ।

wp:html
/wp:html

ରସେଲଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ସେୟାର କରାଯାଇଛି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର କାଜୁଆଲ୍ ଲୁକ୍‌ ବହୁତ ପସନ୍ଦ ଆସିଛି । ଏହି ପୋଷ୍ଟର କମେଣ୍ଟ ବକ୍ସରେ ଲୋକେ ଇମୋଜି ସେୟାର କରି ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ଅନେକ ୟୁଜର୍ସ ଫଟୋ ଗୁଡିକ ଦେଖି କହିଛନ୍ତି କି ବୟସ ଅନୁମାନ କରିବା ସହଜ ନୁହେଁ । ୟୁଜର୍ସ ଫିଲ୍ମ 'ଲଗାନ'ରେ ତାଙ୍କ ଅଭିନୟକୁ ନେଇ ପ୍ରଶଂସା କରୁଥିବା ବେଳେ ତାଙ୍କୁ ପୁଣି ଥରେ ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି ।

wp:html
/wp:html wp:html
/wp:html

ସୂଚନାଯୋଗ୍ୟ ଯେ ରସେଲଙ୍କର କୌଣସି ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ନାହିଁ। କାରଣ ସେ ସୋସିଆଲ ମିଡିଆରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ତାଙ୍କର ଫ୍ୟାନ୍‌ ପେଜ୍‌ ରହିଛି । ଯେଉଁଥିରେ ତାଙ୍କର ଅନେକ ଫଟୋ ସେୟାର କରାଯାଇଛି। ରସେଲ୍‌ ଅନେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିନ୍ତୁ ବଲିଉଡ ଫିଲ୍ମ ବିଷୟରେ କହିବାକୁ ଗଲେ ସେ କେବଳ 'ଲଗାନ' ଫିଲ୍ମରେ ଅଭିନୟ କରିଥିଲେ। ଯେଉଁଥିରେ ତାଙ୍କ ଅଭିନୟକୁ ଏତେ ପସନ୍ଦ କରାଯାଇଥିଲା ଯେ ତାଙ୍କୁ ଓସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ରସେଲ ଜଣେ ମଡେଲ ତଥା ଅଭିନେତ୍ରୀ ହେବା ସହ ଲେଖକ ମଧ୍ୟ । ସେ 'ଦି ଏଲ ୱାର୍ଡ' ସିରିଜ୍‌ ର ହେଲିନା ପିବଡି ଏପିସୋଡ୍‌ ପାଇଁ ବେଶ୍ ଜଣାଶୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.