Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୨ଟି ଜଳ ଉତ୍ସ ଅନସେଫ୍ ଘୋଷିତ, କୌଣସି ଜିଲ୍ଲାରେ ମହାମାରୀ ବ୍ୟାପି ନାହିଁ, ମହିଳାଙ୍କୁ ଦିଆଯିବ ୨୪ଲକ୍ଷ ସାନିଟାରୀ ନାପକିନ

17/05/2019 at 7:26 PM

ଭୁବନେଶ୍ବର ୧୭|୫: ଫନୀ ପରବର୍ତ୍ତୀ ସ୍ଥିତି ନେଇ ସରକାର ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କୌଣସି ପ୍ରଭାବିତ ଜିଲ୍ଲାରେ ମହାମାରୀ ବ୍ୟାପି ନାହିଁ । କଲରା ବ୍ୟାପିବା ଭୁଲ୍ ଖବର । ୬୦ଟି ଡେଙ୍ଗୁ ନମୁନା ଯାଞ୍ଚ ହୋଇଛି । ସବୁ ରିପୋର୍ଟ ନେଗେଟିଭ୍ । ଆଗାମୀ ୨ ମାସ ଯାଏଁ ସମସ୍ତ ପ୍ରଭାବିତ ଜିଲ୍ଲାର ମହିଳାଙ୍କୁ ୨୪ ଲକ୍ଷ ସାନିଟାରୀ ନାପକିନ୍ ଦିଆଯିବ । ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୨ଟି ଜଳ ଉତ୍ସକୁ ଅନସେଫ୍ ଘୋଷଣା କରାଯାଇଛି ।

ଟେଲିକମ୍ କ୍ଷେତ୍ରରେ କେବଳ ପୁରୀ ସହର ଓ ଗ୍ରାମାଞ୍ଚଳକୁ ଛାଡି ଦେଲେ ଅନ୍ୟ ଜିଲ୍ଲାର ୯୦ ପ୍ରତିଶତ ଅଂଚଳରେ ଟେଲିକମ୍ ସେବା ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଡାଟା ସେବା ଯୋଗାଇ ଦିଆଯିବ ।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୁରୀର ୨୨୨ ଶାଖା ମଧ୍ୟରୁ ୨୦୬ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ଜିଲ୍ଲା ମାନଙ୍କରେ ପ୍ରାୟ ୯୫ ପ୍ରତିଶତ ଶାଖା କାର୍ଯ୍ୟକ୍ଷମ ହୋଇଥିବା ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

   Related Posts