ଅବତରଣ ବେଳେ ରନଓ୍ବେରୁ ଖସି ୩ଖଣ୍ଡ ହୋଇଗଲା ବିମାନ : ଜଣେ ମୃତ, ୧୫୭ ଆହତ
6/02/2020 at 7:12 AM

ଇସ୍ତାନବୁଲ ୬।୨: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଇସ୍ତାନବୁଲ ବିମାବନ୍ଦରରୁ ୧୭୧ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥିବା ଏକ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ ବେଳେ ବିମାନରୁ ରନଓ୍ବେରୁ ଖସିଯାଇଥିଲା । ଯାହାଫଳରେ ବିମାନଟି ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପାଗ ଖରାପ ଥିବାରୁ ଅବତରଣ ବେଳେ ଦୁର୍ଘଟଣା ଘଟି ବିମାନଟି ୩ ଖଣ୍ଡ ହୋଇଯାଇଛି ।
ଦୁର୍ଘଟଣା ପରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୭ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ପେଗାସସ ଏୟାରଲାଇନ୍ସର ଥିଲା । ବିମାନରେ ମୋଟ୍ ୧୭୧ ଯାତ୍ରୀ ଥିବାବେଳେ ୬ଜଣ କ୍ରୁ ଥିଲେ ।
#UPDATE One dead in Turkey plane accident, 157 injured, according to minister: AFP news agency https://t.co/gWYTIbyHHX
— ANI (@ANI) February 5, 2020