ଭୁବନେଶ୍ଵରରେ ଆଜି ୫୨ ଆକ୍ରାନ୍ତ ଚିହ୍ନଟ, ୫୦୦ ଟପିଲା ଆରୋଗ୍ୟ ସଂଖ୍ୟା

Published By : Prameya-News7 Bureau | July 19, 2020 IST

ଭୁବନେଶ୍ଵର ୧୯।୦୭: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବିଶେଷ କରି ରାଜ୍ୟର ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରୁ ଦୈନିକ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି। ଖୋର୍ଦ୍ଧାର ତଥା ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରତି ଦିନ ୫୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଭୁବନେଶ୍ଵରରୁ ଆଜି ୫୨ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ଘଟିଛି। ଏହା  ସହିତ ଆରୋଗ୍ୟ ସଂଖ୍ୟା ୫୦୦ ଟପିଛି। ଭୁବନେଶ୍ଵର ମହାନଗର ନିଗମ(ବିମଏସି) ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

wp:html /wp:html

ବିଏମସି ଅନୁଯାୟୀ ଆଜି ରାଜଧାନୀରେ ଆଜି ୫୨ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୧ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୪୬ଟି ଲୋକାଲ୍ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ଵରେ କରୋନା ସଂକ୍ରମିତ ସଂଖ୍ୟା ୧୧୮୨କୁ ବୃଦ୍ଧି ଘଟିଛି। ସେହି ପରି ଏହି ୨୪ ଘଣ୍ଟାରେ ଭୁବନେଶ୍ଵରରେ  ୨୯ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସୁସ୍ଥ ସଂଖ୍ୟା ୫୨୩କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ମହାମାରୀରେ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୬୪୬ ରହିଛି।

ସବୁଠୁ ଚିନ୍ତାର ବିଷୟ ରାଜ୍ୟରେ ଅଧିକ ସ୍ଥାନୀୟ ସଂକ୍ରମଣ କେସ୍‌ ରାଜଧାନୀରେ ରହିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂତନ ସଂକ୍ରମିତଙ୍କ ମଧ୍ୟରେ ଲୋକାଲ୍ କେସ୍ ସଂଖ୍ୟା ବଢି ଚାଲିଛି। ଏହା ରାଜ୍ୟ ସରକାର ସହିତ ବିମଏସି କର୍ତ୍ତୃପକ୍ଷଙ୍କୁ ମଧ୍ୟରେ ଚିନ୍ତାରେ ପକାଉଛି। ଫଳରେ ଭୁବନେଶ୍ଵରରେ ଲକ୍‌ଡାଉନ୍‌ କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.