Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୦ ଟପିଲା, ଏ ପର୍ଯ୍ୟନ୍ତ ୧୪୯ ମୃତ: ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

8/04/2020 at 4:34 PM

ନୂଆଦିଲ୍ଲୀ ୦୮।୦୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୫୧୯୪ରେ ପହଞ୍ଚିଛି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୭୭୩ ନୂତନ କୋଭିଡ୍ ୧୯ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ।

ସେ କହିଛନ୍ତି ଯେ, ଗତକାଲି ଗୋଟିଏ ଦିନରେ ଦେଶରେ ୩୨ ଜଣଙ୍କ କରୋନା ଭାଇରସରେ ମୃତ୍ୟୁ ଘଟିଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଭାଇରସର ସଂକ୍ରମଣ  ଜାଣିବା ପାଇଁ ଅଦ୍ୟାବଧି ମୋଟ୍ ୧,୨୧,୨୭୧ ଲୋକଙ୍କ ନମୂନା ଯାଞ୍ଚ କରାଯାଇଛି।

ଅଗ୍ରଓ୍ଵାଲ କହିଛନ୍ତି ଯେ, କରୋନା ସଂକ୍ରମଣରେ ଟ୍ରେନିଂ ପୋର୍ଟାଲ ଲଞ୍ଚ କରାଯାଇଛି। ଏହି ମହାମାରୀର ମୁକାବିଲା ପାଇଁ ସ୍ଵାସ୍ଥ୍ୟ ସୁବିଧା ବ୍ୟାପକ କରାଯାଇଛି। ଏହା ଜରିଆରେ ସ୍ଵାସ୍ଥ୍ୟ କର୍ମୀ ଏବଂ ଏହି ମହାମାରୀରେ ଲଢୁଥିବା ସମସ୍ତ ଲୋକଙ୍କୁ ସବୁ ସହାୟତା ଦିଆଯାଉଛି। ଯେମିତି ଯେମିତି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେହି ଅନୁସାରେ ପ୍ରସ୍ତୁତି କରାଯାଉଛି। ଭାଇରସର ଟ୍ରାନ୍ସମିଶନ ଚେନ୍‌ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହ ମିଶି କାମ କରୁଛନ୍ତି। ଯଦି କିଛି  ବି ତ୍ରୁଟି ରହେ ତେବେ ସବୁ ପ୍ରୟାସ ବିଫଳ ହୋଇଯିବ। ତେଣୁ ଲୋକଙ୍କୁ ଅପିଲ୍ କରାଯାଉଛି ଯେ, ଲକ୍‌ଡାଉନ୍‌ର ପୂରା ପାଳନ କରାଯାଉ।

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ  ପୁଣ୍ୟ ସଳିତା ଶ୍ରୀବାସ୍ତବ କହିଛନ୍ତି ଯେ, ଲକ୍‌ଡାଉନ୍‌ର ସଂପୂର୍ଣ୍ଣ ପାଳନ ପାଇଁ ରାଜ୍ୟ ସରକାର ଜୁଟିଛନ୍ତି। ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇ ବ୍ୟବସ୍ଥା କରାଯାଉଛି। ବିଶେଷ କରି ସ୍ଥାନୀୟ ନେତାଙ୍କ ସାହାଯ୍ୟରେ ସଚେତନତା ବଢାଯାଉଛି। ୨ କୋଟିରୁ ଅଧିକ ଲୋକଙ୍କୁ ପ୍ରାୟ ୩୦୦୦ କୋଟି ଟଙ୍କା ରାଶି ବଣ୍ଟା ଯାଇଛି। ଯାହା ବି ଟେଷ୍ଟ କରାଯାଉଛି ସେସବୁ ପ୍ରୋଟୋକଲ୍ ଆଧାରରେ କରାଯାଉଛି। ଯଦି କେହି କଳାବଜାରୀ ଓ ଜମାଖୋରୀ କରିବେ ତେବେ ରାଜ୍ୟ ସରକାର ସେହି ଦିଗ ପ୍ରତି କାର୍ଯ୍ୟାନୁଷ୍ଠାନ ନେବେ।

   Related Posts