ଆଜି କରୋନାରୁ ଆରୋଗ୍ୟ ହେଲେ ୫୧୫ ସଂକ୍ରମିତ, ୧୨ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା, ଗଞ୍ଜାମରୁ ସର୍ବାଧିକ
19/07/2020 at 7:02 PM

ଭୁବନେଶ୍ଵର ୧୯।୦୭: ରାଜ୍ୟରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଯେମିତି ସଂକ୍ରମଣ ହାର ବଢି ଚାଲିଛି ସେହି ଅନୁସାରେ ରୋଗୀ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ରେକର୍ଡ ୭୩୬ ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ୫୧୫ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୨ ହଜାର ଟପି ୧୨୪୫୨ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଟ୍ଵିଟ୍ ଯୋଗେ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ଗଞ୍ଜାମରୁ ପ୍ରତି ଦିନ ଯେମିତି ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ସେହି ପରି ମଧ୍ୟ ସର୍ବାଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ୫୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୯୯ ସଂକ୍ରମିତ ରହିଛନ୍ତି। ସେହି ପରି ଦ୍ଵିତୀୟ ସର୍ବାଧିକ ପ୍ରଭାବିତ ଜିଲ୍ଲା ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ଵରରୁ ୧୫, ଝାରସୁଗୁଡାରୁ ୧୩, ବରଗଡରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Another 515 #COVID19 patients have recovered and are being discharged on 19.7.2020.
— H & FW Dept Odisha (@HFWOdisha) July 19, 2020
199 from Ganjam
80 from Khurdha
40 from Jajpur
37 from Sundergarh
28 from Cuttack
20 from Keonjhar
18 from Jagatsinghpur
15 from Balasore
13 from Jharsuguda
13 from Bargarh
9 from Mayurbhanj
— H & FW Dept Odisha (@HFWOdisha) July 19, 2020
9 from Rayagada
8 from Balangir
7 from Bhadrak
6 from Gajapati
6 from Puri
5 from Koraput
1 each from Angul & Kendrapara
The total recovered cases of #Odisha now stand at 12452.
ସେହି ପରି ମୟୂରଭଞ୍ଜରୁ ୯, ରାୟଗଡାରୁ ୯, ବଲାଙ୍ଗିରରୁ ୮, ଭଦ୍ରକରୁ ୭, ଗଜପତିରୁ ୬, ପୁରୀରୁ ୬, କୋରାପୁଟରୁ ୫ ଏବଂ ଅନୁଗୁଳ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆଜି ୫୧୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୭୩୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୭୪୩୭ରେ ପହଞ୍ଚିଛି। ଆଜିର ୫୧୫ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୧୨୪୫୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ଘଟିଛି।