କରୋନା ଭାଇରସ୍ ପ୍ରକୋପ ନେଇ ୫୧୧ ମହାମାରୀ ବିଶେଷଜ୍ଞ ରଖିଲେ ଏମିତି ମତ

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୬: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ବରେ କରୋନା ସଙ୍କଟ ଗଭୀର ହେବାରେ ଲାଗିଛି । କେତେକ ଦେଶରେ ମାମଲା ସାମାନ୍ୟ ହ୍ରାସ ପାଇଛି । କିନ୍ତୁ ଅନେକ ଦେଶ ଅଛି ଯେଉଁଠାରେ ମାମଲା ବୃଦ୍ଧି ହେବାର ବିପଦ ରହିଛି । ଏଭଳି ପରିସ୍ଥିତିରେ ନ୍ୟୁୟର୍କ ଟାଇମ୍ସ ମହାମାରୀର ୫୧୧ ବିଶେଷଜ୍ଞଙ୍କ ମଧ୍ୟରେ ଏକ ସର୍ଭେ କରିଛି ଏବଂ କରୋନା ପ୍ରଭାବ ହେତୁ ଆଗାମୀ ଦିନରେ ସେମାନଙ୍କ ଜୀବନ କିପରି ରହିବ ତାହା ଜାଣିବାକୁ ଚେଷ୍ଟା କରିଥିଲା । ତଥାପି ଏହି ମହାମାରୀ ବିଶେଷଜ୍ଞମାନେ ଲୋକମାନଙ୍କ ପାଇଁ କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି ବରଂ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି ।

{"id":283910,"sizeSlug":"large"}

କେତେକ ମହାମାରୀ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖା କରିବା ଏବଂ ଛୋଟ ଦଳରେ ଯୋଗଦେବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଅଧିକାଂଶ ମହାମାରୀ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଟୀକା କିମ୍ବା ଔଷଧ ନ ଆସେ, ସେମାନେ ବଡ କନ୍ସର୍ଟ, କ୍ରୀଡା ଇଭେଣ୍ଟ, ଧାର୍ମିକ କାର୍ଯ୍ୟକ୍ରମକୁ ଯିବାକୁ ଇଚ୍ଛା କରିବେ ନାହିଁ। ଔଷଧ କିମ୍ବା ଟୀକା ଆସିବାକୁ ଏକ ବର୍ଷ ଲାଗିପାରେ । ଅନେକ ବିଶେଷଜ୍ଞ କହିଛନ୍ତି ଯେ, ସେମାନେ କଦାପି ଲୋକଙ୍କୁ ଆଲିଙ୍ଗନ କରିବେ ନାହିଁ ଏବଂ ହାତ ମିଳାଇବେ ନାହିଁ ।

{"id":283911,"sizeSlug":"large"}

କରୋନା ସଙ୍କଟ ସମୟରେ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ପରିସ୍ଥିତିରେ ରହୁଛନ୍ତି । ସମସ୍ତଙ୍କର ରିସ୍କ ନେବା କ୍ଷମତା ଏବଂ ଆଶା ଭିନ୍ନ ଅଟେ । ଏହି ସମୟ ମଧ୍ୟରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ, ଚିକିତ୍ସା କିପରି ଚାଲିଛି ତାହା ମଧ୍ୟ ଦେଖିବା ଆବଶ୍ୟକ । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଜିନିଷଗୁଡିକ ଉପରେ ଆଧାର କରି ସେମାନେ ନିଷ୍ପତ୍ତି ନେବେ ।

{"id":283912,"sizeSlug":"large"}

୬୦ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ, ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଆପଏଣ୍ଟମେଣ୍ଟ ନଥିଲେ ସେମାନେ ଡାକ୍ତରଙ୍କୁ ଭେଟିବାକୁ ଯିବେ । ୨୯ ପ୍ରତିଶତ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସେମାନେ ୩ ରୁ ୧୨ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବେ । ୧୧ ପ୍ରତିଶତ କହିଛନ୍ତି ଯେ ସେମାନେ ଏକ ବର୍ଷରୁ ଅଧିକ ସମୟ ରହିବେ ।

{"id":283913,"sizeSlug":"large"}

ପ୍ରାୟ ୫୬ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ, ନିକଟସ୍ଥ ସ୍ଥାନକୁ ଗୋଟିଏ ରାତି ପାଇଁ ଡ୍ରାଇଭ୍ କରି ଯିବକୁ ପସନ୍ଦ କରିବେ । ୨୬ ପ୍ରତିଶତ ୩ ରୁ ୧୨ ମାସ ପରେ ଏପରି କରିବେ ଏବଂ ୧୮ ପ୍ରତିଶତ ଗୋଟିଏ ବର୍ଷ ପରେ ଛୋଟ ଭାକେସନରେ ଯିବେ ।

{"id":283914,"sizeSlug":"large"}

୧୯ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ, ସେମାନେ ସେଲୁନ୍‌କୁ ଯାଇ କେଶ କାଟିବାକୁ ଏକ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବେ । ୩୯ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ୩ ରୁ ୧୨ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବେ । ୪୧ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଛୁଟି ସମୟରେ ସେଲୁନ୍ ଯିବେ ।

{"id":283915,"sizeSlug":"large"}

ଛୋଟ ଡିନର ପାର୍ଟିକୁ ନେଇ ୪୬ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ, ସେମାନେ ୩ ରୁ ୧୨ ମାସ ପରେ ତାହା କରିବେ । ୩୨ ପ୍ରତିଶତ ଛୁଟି ସମୟରେ ଏକ ଛୋଟ ଡିନର ପାର୍ଟି ଆୟୋଜନ କରିବାକୁ କହିଥିଲେ । କିନ୍ତୁ ୨୧ ପ୍ରତିଶତ ବିଶେଷଜ୍ଞ ଏକ ବର୍ଷ ଅପେକ୍ଷା କରିବା ପ୍ରସ୍ତୁତ ଥିବା ଜଣାପଡିଛି ।

{"id":283916,"sizeSlug":"large"}

ସେହିଭଳି ଛୁଟି ସମୟରେ କେବଳ ୨୦ ପ୍ରତିଶତ ବିଶେଷଜ୍ଞ ବିମାନ ଯାତ୍ରା ପ୍ରତି ଆଗ୍ରହ ଦେଖାଇଥିଲେ । ୪୪ ପ୍ରତିଶତ ବିଶେଷଜ୍ଞ ୩ ରୁ ୧୨ ମାସ ପରେ ବିମାନ ଯାତ୍ରା କରିବାକୁ ଚାହୁଁଥିବାବେଳେ ୩୭ ପ୍ରତିଶତ ଏକ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବାକୁ ପ୍ରସ୍ତୁତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.