କରୋନା ସଂକ୍ରମଣ ବୃଦ୍ଧି କରିଥିବା ନେଇ ମାନିଲେ ୫୧ ତବଲିଗି ଜମାତ ଅତଥି, ଦଣ୍ଡ ଶୁଣାଇଲେ କୋର୍ଟ
24/02/2021 at 10:33 PM

ଲକ୍ଷ୍ନୌ ୨୪/୦୨: ଦେଶରେ କରୋନା ସଂକ୍ରମଣ ବଢ଼ାଇଥିବା ନେଇ ତବଲିଗି ଜମାତ ଅତିଥି ମାନିଛନ୍ତି। ୫୧ ଜଣ ତବଲିଗି ଜମାତ ଅତିଥି ଦୋଷ ସ୍ବିକାର କରିଛନ୍ତି। ଥାଇଲାଣ୍ଡ, କିର୍ଗିସ୍ତାନ, କଜାକିସ୍ତାନ ଏବଂ ବାଂଲାଦେଶରୁ ଉତ୍ତରପ୍ରଦେଶ ଆସିଥିବା ତବଲିଗି ଜମାତର ୫୧ ଜଣ ଅତିଥି ଦୋଷ ମାନିବା ପରେ କୋର୍ଟ ସଜା ଶୁଣାଇଛନ୍ତି।
ଲକ୍ଷ୍ନୌର ସିଜେଏମ କୋର୍ଟ ୫୧ ଅଭିଯୁକ୍ତଙ୍କୁ ଜେଲ୍ ସାଙ୍ଗକୁ ୧୫ ଶହ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଅଭିଯୁକ୍ତମାନଙ୍କ ଉପରେ କରୋନା ମହାମାରୀ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍ସ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ବହରାଇଚ୍, ସୀତାପୁର, ଭଦୋହ ଏବଂ ଲକ୍ଷ୍ନୌରେ ଏତଲା ଦିଆଯାଇଥିଲା। ତେବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ହେବାର କାରଣ ତବଲିଗି ଜମାତ ଅତିଥି ଥିଲେ। ସେମାନେ ବାହାର ଦେଶରୁ ଆସିଥିବା ବେଳେ ଭାରତରେ କରୋନା ଭୂତାଣୁ ବିସ୍ତାର କରିବାରେ ମୁଖ୍ୟ ଭୂମିକା ନେଇଥିଲେ।