Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବଢିପାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ; ୨ଟି ଆପ୍ ରୁ ୫୧ ଅଶ୍ଳୀଳ ଫିଲ୍ମ ଜବତ କଲା ପୋଲିସ

1/08/2021 at 9:21 PM

ନୂଆଦିଲ୍ଲୀ ୦୧/୦୮ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରୁ ପୋଲିସ୍ ଗିରଫ କରିଥିଲା । ଏହି ଘଟଣାକୁ ଦେଶବ୍ୟାପୀ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟୀ ମଧ୍ୟ ଏବେ ଚିନ୍ତାରେ । ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ କମିବା ବଦଳରେ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆଣୁଛି ପୋଲିସ ।

ତେବେ ରାଜ କୁନ୍ଦ୍ରାଙ୍କୁ ପୋଲିସ୍ ଗିରଫ କରିବା ପରେ ତାଙ୍କର ବିଭିନ୍ନ କମ୍ପାନୀ, ବାସଭବନ ଏବଂ ଅଫିସରେ ଚଢଉ କରିବାରେ ଲାଗିଛି ।   ସରକାରୀ ଓକିଲ ଅରୁଣା ପଇ ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ଦୁଇଟି ଆପ୍ ରୁ ୫୧ଟି ଅଶ୍ଲୀଳ ଫିଲ୍ମ ଜବତ କରି ରୁ ପୋଲିସ୍ ଜବତ କରିଛି । ହଟସଟ୍ସ ଆପରୁ ୫୧ଟି ଅଶ୍ଳୀଳ ଓ ଆପତ୍ତି ଜନକ ଫିଲ୍ମ ଭିଡିଓ ଜବତ ହୋଇଛି । ଏହା ସହ ସେ ଆହୁରି କହିଛନ୍ତି କି ଏହି ଫିଲ୍ମ ଗୁଡିକର କନେକ୍ସନ ସିଧା ରାଜ କୁନ୍ଦ୍ରାଙ୍କ ସହ ରହିଛି । ଏଥିପାଇଁ ରାଜ୍ ଓ ରାୟନ୍ ଙ୍କୁ ଗିରଫ କାହିଁକି କରାଗଲା ତାହାର ମଧ୍ୟ କାରଣ ମଧ୍ୟ ସ୍ପଷ୍ଟ କରି କହିଛନ୍ତି ।

ତେବେ ଅରୁଣା ପଇ କୋର୍ଟଙ୍କୁ କହିଛନ୍ତି କି ରାଜ ଓ ରାୟନ୍ ଦୁହେଁ ମିଶି ଏହି ଘଟଣାର ସମସ୍ତ ହ୍ବାଟ୍ସଆପ୍ ଚାଟ୍ ଡିଲିଟ୍ କରିଛନ୍ତି । ଏହା ସହ ସମସ୍ତ ପ୍ରମାଣ ପତ୍ର ମଧ୍ୟ ନଷ୍ଟ କରୁଥିଲେ । ଏଥିପାଇଁ ପୋଲିସ୍ ଏହି ଦୁଇ ଜଣଙ୍କୁ ଗିରଫ୍ କରିଛି । ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟାୟମୂର୍ତ୍ତି ଏ.ଏସ୍ ଗଡକରୀ କହିଛନ୍ତି କି ରାଜ ଓ ରାୟନ୍  ଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଷ୍ଟ୍ରିମିଂ କରିବାର ଗମ୍ଭୀର ଆରୋପ ଲାଗିଛି । ଏନେଇ ପୋଲିସ୍  ଫୋନ୍ ଓ ଷ୍ଟୋରେଜ୍ ଡିଭାଇସ୍ ରୁ କଣ୍ଟେଣ୍ଟ ମଧ୍ୟ ଜବତ କରିଛି ।

   Related Posts