Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଟକ ସହରରୁ ଆଉ ୫୧ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୧୧

30/07/2020 at 4:34 PM

କଟକ, ୩୦|୦୭:   କଟକ ସହରରୁ ଆଉ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୪୦ଟି କ୍ୱାରେଣ୍ଚାଇନ୍ କେସ୍ ଥିବା ବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ସରକାରୀ କ୍ୱାରେଣ୍ଚାଇନରେ ଥିବା ବେଳେ ୩୩ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ଷଣ୍ଢପୁରର ୨୫ ବର୍ଷୀୟ ଯୁବକ, ଯୋବ୍ରାର ୬୨ ବର୍ଷୀୟ ମହିଳା  ଓ ୪୬ ବର୍ଷୀୟ ବ୍ୟକ୍ତି, ତେଲେଙ୍ଗା ବଜାରର ୫୬ ବର୍ଷୀୟ ବ୍ୟକ୍ତି, ସିଡିଏ ସେକ୍ଟର ୧୧ର ୬୦ ବର୍ଷୀୟା ମହିଳା, ମଠ ସାହିର ଜଣେ ୫୯ ବର୍ଷୀୟ କରୋନା ଯୋଦ୍ଧା, ଦେଉଳ ସାହିର ୫୫ ବର୍ଷୀୟ କରୋନା ଯୋଦ୍ଧା । ସେହିପରି ତୁଳସୀପୁର ପୋଲିସ ଷ୍ଟେସନ ନିକଟରୁ ଜଣେ ୩୨ ବର୍ଷୀୟ ଯୁବକ, ବକ୍ସି ବଜାରରୁ ଜଣେ ୩୨ ଓ ୨୭ ବର୍ଷୀୟ କରୋନା ଯୋଦ୍ଧା, ଓଡିଆ ବଜାରରୁ ଜଣେ ୨୮ ବର୍ଷୀୟା ଯୁବତୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮୪ରେ ପହଁଚିଥିବା ବେଳେ ୩୨୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ଜଣ ପ୍ରାଣ ହରାଇଥିବା ବେଳେ ୫୪୭ଟି ସକ୍ରିୟ କେସ୍ ରହିଛି ।

   Related Posts